ୟୁଏସ୍‌ ଓପନ୍‌ ଟେନିସ ପ୍ରତିଯୋଗିତା: ମହିଳା ଫାଇନାଲ୍‌ରେ ଜାବିଉର-ସ୍ବିତେକ

Advertisment
ୟୁଏସ୍‌ ଓପନ୍‌ ଟେନିସ ପ୍ରତିଯୋଗିତା: ମହିଳା ଫାଇନାଲ୍‌ରେ ଜାବିଉର-ସ୍ବିତେକ

ନ୍ୟୁୟର୍କ : ବିଶ୍ବର ଏକ ନମ୍ବର ଈଗା ସ୍ବିତେକ ଏବଂ ପଞ୍ଚମ ମାନ୍ୟତାପ୍ରାପ୍ତ ଓନ୍ସ ଜାବିଉର ଚଳିତ ୟୁଏସ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ଶନିବାର ମହିଳା ଏକକ ଫାଇନାଲ୍‌ରେ ମୁହାଁମୁହିଁ ହେବେ। ସ୍ବିତେକ ପ୍ରଥମ ପୋଲାଣ୍ଡ ମହିଳା ଏବଂ ଜାବିଉର ପ୍ରଥମ ଆଫ୍ରିକୀୟ ମହିଳା ଭାବେ ୟୁଏସ୍‌ ଓପନ୍‌ ମୁକୁଟ ପାଇଁ ଲଢ଼େଇ କରିବେ। ଉଭୟଙ୍କ ମଧ୍ୟରେ ପୂର୍ବରୁ ୪ ଥର ମୁକାବିଲା ହୋଇଥିଲା ବେଳେ ବିଜୟ ବ୍ୟବଧାନ ସମାନ ୨-୨ ରହିଛି।

publive-image

ଗୁରୁବାର ସେମିଫାଇନାଲ୍‌ରେ ଦୁଇ ଥର (୨୦୨୦, ୨୦୨୨)ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ସ୍ବିତେକ ୩-୬, ୬-୧, ୬-୪ ସେଟ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ ବେଲାରୁଷ ମହିଳା ଆରିନା ସାବାଲେଙ୍କାଙ୍କୁ ହରାଇଥିଲେ। ଏହି ବିଜୟ ସହ ସ୍ବିତେକ ପ୍ରଥମ ଥର ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ସେହିପରି ତୁନିସିଆର ଜାବିଉର ୬-୧, ୬-୩ ‌ସିଧାସଳଖ ସେଟ୍‌ରେ ସପ୍ତଦଶ ମାନ୍ୟତାପ୍ରାପ୍ତ ଫ୍ରାନ୍ସର କାରୋଲିନା ଗାର୍ସିଆଙ୍କୁ ପରାସ୍ତ କରି ଲଗାତାର ଦ୍ବିତୀୟ ଥର ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। ୱିମ୍ବଲଡନ୍‌ ଫାଇନାଲ୍‌ରେ ରିବିକାନାଙ୍କଠୁ ହାରି ଜାବିଉର ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ସେ ଏବେ ୟୁଏସ୍‌ ଓପନ୍‌ ଜିତି ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ କରାୟତ୍ତ ଆଶାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe