ପଏଣ୍ଟ ଭାଗ କଲେ ଆମେରିକା-ୱେଲ୍ସ

Advertisment
ପଏଣ୍ଟ ଭାଗ କଲେ ଆମେରିକା-ୱେଲ୍ସ

ଦୋହା: ଗତ ରୁଷିଆ ସଂସ୍କରଣକୁ ଯୋଗ୍ୟତା ଅର୍ଜନ କରିପାରିନଥିବା ଆମେରିକା ଏଥର କାତାରରେ ଭଲ ଖେଳିଥିଲେ ମଧ୍ୟ ୱେଲ୍ସ ସହ ପଏଣ୍ଟ ଭାଗ କରିଛି। ଅହମ୍ମଦ ବିନ୍‌ ଅଲ୍ଲୀ ଷ୍ଟାଡିୟମ୍‌ରେ ଗ୍ରୁପ୍‌ ବି’ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ବିଶ୍ବକପ୍‌ରେ ପ୍ରଥମ ଥର ମୁହାଁମୁହିଁ ହେଉଥିଲେ। କିନ୍ତୁ କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଦୀର୍ଘ ୬୪ ବର୍ଷ ପରେ ବିଶ୍ବକପ୍‌ ଖେଳୁଥିବା ୱେଲ୍ସ ଉପରେ ଆରମ୍ଭରୁ ଚାପ ପକାଇଥିଲା ଆମେରିକା। ୩୬ତମ ମିନିଟ୍‌ରେ ଖ୍ରୀଷ୍ଟିଆନ୍‌ ପୁଲିସିକ୍‌ଙ୍କ ପାସ୍‌କୁ ଟିମୋଥି ୱି ସହଜରେ ଗୋଲ୍‌ରେ ରୂପାନ୍ତର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଆମେରିକା ୧-୦ ଗୋଲ୍‌ରେ ଆଗୁଆ ରହିଥିଲା। କିନ୍ତୁ ଦ୍ବିତୀୟାର୍ଦ୍ଧରେ ୱେଲ୍ସ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଯଦିଓ ଆମେରିକା ଗୋଲରକ୍ଷକ ମ୍ୟାଟ୍‌ ଟର୍ଣ୍ଣର ନିଜ କୌଶଳ ବଳରେ ୱେଲ୍ସର ଏକାଧିକ ଆକ୍ରମଣକୁ ପଣ୍ଡ କରିପାରିଥିଲେ। ତଥାପି ୮୦ ମିନିଟ୍‌ରେ ଟିମ୍‌ ରିମ୍‌ ୱେଲ୍ସର ଗାରେଥ ବାଲେଙ୍କୁ ପେନାଲ୍ଟି ଅଞ୍ଚଳ ଭିତରେ ଫାଉଲ୍‌ ମାରିବା ମହଙ୍ଗା ପଡ଼ିଥିଲା। ଏହି ସୁଯୋଗକୁ ହାତଛଡ଼ା ନକରି ବାଲେ (୮୨ ମିନିଟ୍‌) ମ୍ୟାଚ୍‌କୁ ବରାବର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe