ଭୁବନେଶ୍ବର: ଉତ୍କଳ କରାଟେ ସ୍କୁଲ୍ ମୁଖ୍ୟ ଶାଖାରେ ରବିବାର ସୁକୋକାଇ କରାଟେର ବେଲ୍ଟ ପରୀକ୍ଷା ହୋଇଥିଲା। ଏଥିରେ ବିଭିନ୍ନ ବେଲ୍ଟରେ ମୋଟ ୩୮୦ କୃକତାର୍ଯ୍ୟ ହୋଇଛନ୍ତି। ସ୍କୁଲ୍ର ପ୍ରତିଷ୍ଠାତା ତଥା ସୁକୋକାଇ କରାଟେ ୟୁନିୟନ୍ର ମୁଖ୍ୟ ଡଃ ହରିପ୍ରସାଦ ପଟ୍ଟନାୟକଙ୍କ ଉପସ୍ଥିତିରେ ସେନ୍ସେଇ ଖାରବେଳ ମଲ୍ଲିକ, ଅରବିନ୍ଦ ପଟ୍ଟନାୟକ, ସନ୍ଦୀପ ମହାନ୍ତି, ଗୌରୀ ମହାନ୍ତି, ଅନୁପମା ସ୍ବାଇଁ, ଦିଲୀପ ଜେନା, ଅମୀୟ ସାହୁ, କୃଷ୍ଣଚନ୍ଦ୍ର ମହାରଣା, ମହେଶ ଡୋରା, ବାସୁଦେବ, କୃଷ୍ଣା ଶିକାରୀ, ରାଜେଶ ଦାସ, ସିନ୍ଧୁ ତନୟା, ସୁସ୍ମିନ୍ ପାଲଟାସିଂହ, କୃଷ୍ଣଚନ୍ଦ୍ର ନାୟକ, ମୋନାଲି ସାହୁ, ରଜନୀ ବିଶି ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ।
ଉତ୍କଳ କରାଟେ ସ୍କୁଲ୍ ବେଲ୍ଟ ପରୀକ୍ଷାରେ ୩୮୦ କୃତକାର୍ଯ୍ୟ
Advertisment
Follow Us