ଉତ୍କଳ କରାଟେ ସ୍କୁଲର ନୂଆ ଶାଖା ଉଦ୍‌ଘାଟିତ

Advertisment
ଉତ୍କଳ କରାଟେ ସ୍କୁଲର ନୂଆ ଶାଖା ଉଦ୍‌ଘାଟିତ

ଭୁବନେଶ୍ବର: ଓଡ଼ିଶାର କ୍ରୀଡ଼ା କାରଖାନା ଭାବେ ପରିଚିତ ଉତ୍କଳ କରାଟେ ସ୍କୁଲର ଆଉ ଏକ ଶାଖା ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ପ୍ରାଚୀବିହାରଠାରେ ଶନିବାର ଉଦ୍‌ଘାଟିତ ହୋଇଛି। ଅନ୍ତର୍ଜାତୀୟ କରାଟେକା ଦିଲ୍ଲୀପ କୁମାର ଜେନାଙ୍କ ଦ୍ବାରା ପରିଚାଳିତ ହେବାକୁ ଯାଉଥିବା ଏହି କେନ୍ଦ୍ର ମଧ୍ୟ ବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ବାବଧାନରେ କାର୍ଯ୍ୟକାରୀ ହେବ। ବିଭିନ୍ନ ବର୍ଗରେ ପୁଅ ଓ ଝିଅଙ୍କୁ ଅଲିମ୍ପିକ୍ସ ଖେଳ ପାରଦର୍ଶିତା ଆଣିବା ଲକ୍ଷ୍ୟରେ ଦିଲ୍ଲୀପ ଏଭଳି ପ୍ରୟାସ କରିଛନ୍ତି। ଦିଲ୍ଲୀପ ନିଜେ ମଧ୍ୟ ବହୁବାର ଜାତୀୟ ବିଜେତା ହୋଇସାରିଛନ୍ତି ଏବଂ ଏବେ ବି ସକ୍ରିୟଭାବେ କରାଟେରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe