୧୮,୦୦୦ ଅଲିମ୍ପିକ୍ସ କର୍ମୀ ଓ ସ୍ବେଚ୍ଛାସେବୀଙ୍କ ପାଇଁ ଟିକାକରଣ

Advertisment
ବିନାଦର୍ଶକରେ ଟୋକିଓ ଅଲିମ୍ପିକ୍ସ

Olympics

ଟୋକିଓ : ରେଫରି ଏବଂ ସ୍ବେଚ୍ଛାସେବୀଙ୍କ ସମେତ ପ୍ରାୟ ୧୮,୦୦୦ ଟୋକିଓ ଅଲିମ୍ପିକ୍ସ କର୍ମଚାରୀଙ୍କୁ ଆସନ୍ତା ସପ୍ତାହରୁ ଟିକାକରଣ କରାଯିବ ବୋଲି ଆୟୋଜକମାନେ ଶୁକ୍ରବାର କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଆଉ ମାତ୍ର ୬ ସପ୍ତାହ ଥିଲା ବେ‌ଳେ କରୋନା ମହାମାରୀ ଯୋଗୁଁ ଏହାର ସୁରକ୍ଷିତ ଆ‌ୟୋଜନ ନେଇ କିଛି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଆୟୋଜକ ଟିକାକରଣ ବ୍ୟବସ୍ଥା କରି ପ୍ରତିଯୋଗିତା ସୁରକ୍ଷିତ ସହ ଆୟୋଜନ ନେଇ ‌ଆତ୍ମବିଶ୍ୱାସ ବଢ଼ାଇବାକୁ ଚେଷ୍ଟା କରିଛନ୍ତି। ସଂପ୍ରତି ଜାପାନର ଟିକାକରଣ କାର୍ଯ୍ୟକ୍ରମ ମନ୍ଥର ଗତିରେ ଚାଲିଛି। ଜନସଂଖ୍ୟାର ୪ ପ୍ରତିଶତରୁ ଅଧିକ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିଲା ବେଳେ ପାଖାପାଖି ୧୩ ପ୍ରତିଶତ ଲୋକଙ୍କର ପ୍ରଥମ ମାତ୍ରା ‌ସରିଛି। ଅଲିମ୍ପିକ୍ସରେ ସାମିଲ ହେବାକୁଥିବା ସମସ୍ତ କର୍ମଚାରୀ ଏବଂ ସ୍ବେଚ୍ଛାସେବୀଙ୍କୁ ଚଳିତ ମାସ ୧୮ ତାରିଖରୁ ପ୍ରଥମ ଡୋଜ୍‌ ଟିକା ପ୍ରଦାନ କରାଯିବ। ପ୍ରତିଯୋଗିତା ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଥିଲା ବେଳେ ଏହା ପୂର୍ବରୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯିବ ବୋଲି ଟୋକିଓ ୨୦୨୦ ମୁଖ୍ୟ ସିଏକୋ ହାସିମୋତୋ କହିଛନ୍ତି। ସୂଚନାଯୋଗ୍ୟ ଯେ ସଂପ୍ରତି କରୋନା ଯୋଗୁଁ ଜାପାନର କିଛି ଅଞ୍ଚଳରେ ୨୦ ତାରିଖ ପର୍ଯ୍ୟନ୍ତ ଜରୁରୀକାଳିନ ସ୍ଥିତି ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe