ବୈଭବଙ୍କ ଖେଳ ଦେଖି ହୁଇଲଚେୟାରରୁ ଉଠି ପଡ଼ିଲେ ରାହୁଲ

Advertisment

ବୈଭବଙ୍କ ଖେଳ ଦେଖି ଗ୍ୟାଲେରିରେ ବସିଥିବା ରାହୁଲ ଦ୍ରାବିଡ଼ ନିଜର ଖୁସି ଜାହିର କରିବା ପାଇଁ ନିଜର ହୁଇଲଚେୟାରରୁ ଉଠି ପଡ଼ିଥିଲେ। ଏହି ସମୟରେ ସେ ଟଳମଳ ବି ହୋଇଯାଇଥିଲେ।   

ବୈଭବଙ୍କ ଖେଳ ଦେଖି ଗ୍ୟାଲେରିରେ ବସିଥିବା ରାହୁଲ ଦ୍ରାବିଡ଼ ନିଜର ଖୁସି ଜାହିର କରିବା ପାଇଁ ନିଜର ହୁଇଲଚେୟାରରୁ ଉଠି ପଡ଼ିଥିଲେ। ଏହି ସମୟରେ ସେ ଟଳମଳ ବି ହୋଇଯାଇଥିଲେ।   

rtret

ଜୟପୁର: ରାଜସ୍ଥାନ ରୟାଲ୍‌ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ(୧୪)ଙ୍କ ଖେଳ ପ୍ରଦର୍ଶନ ବେଶ ଚର୍ଚ୍ଚାରେ ରହିଛି। ଭାରତ ସମେତ ସମଗ୍ର ବିଶ୍ବର ନଜର ଏବେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ପଡ଼ିଛି ।

ବୈଭବ ୩୫ ବଲ୍‌ରେ ଶତକ ଅର୍ଜନ କରି ଟ୍ବେଣ୍ଟି-୨୦ର ଗୋଟିଏ ପାଳିରେ ତିନି ଅଙ୍କ ଛୁଇଁବାରେ ବିଶ୍ବର ସର୍ବକନିଷ୍ଠ କ୍ରିକେଟର୍ ହେବାର ବିରଳ କୀର୍ତ୍ତିମାନ ଅର୍ଜନ କରିବା ପରେ ଗ୍ୟାଲେରିରେ ବସିଥିବା ରାହୁଲ ଦ୍ରାବିଡ଼ ନିଜର ଖୁସି ଜାହିର କରିବା ପାଇଁ ନିଜର ହୁଇଲଚେୟାରରୁ ଉଠି ପଡ଼ିଥିଲେ। ଏହି ସମୟରେ ସେ ଟଳମଳ ବି ହୋଇଯାଇଥିଲେ।   

ଦ୍ରାବିଡ ଆଇପିଏଲ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଆହତ ହୋଇ ଯାଇଥିଲେ। ଏହା ସତ୍ତ୍ବେ ବି ସେ ନିରନ୍ତର ଦଳ ସହିତ ଅଛନ୍ତି। ଯାତ୍ରା ଏବଂ ଅଭ୍ୟାସ ସମୟରେ ଦ୍ରାବିଡଙ୍କୁ ହୁଇଲଚେୟାରରେ ବସିଥିବାର ଅନେକ ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ,  ଜୟପୁରରେ ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଆଇପିଏଲ ୨୦୨୫ର ୪୭ତମ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ଏହି ୧୪ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ପୋରକ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟନ୍ସକୁ ୮ ଓ୍ବିକେଟରେ ହରାଇଥିଲା ।

 ବୈଭବ ୩୮ ବଲରେ ୧୦୧ ରନ କରିଥିବାବେଳେ ଯଶସ୍ବୀ ୟଜସ୍ବାଲ ୭୦ ରନ କରିଥିଲେ । ରିୟାନ ପରାଗ ୩୪ ରନ କରିଥିଲେ । ୨୧୦ ରନର ବିଶାଳ ଲକ୍ଷ୍ୟକୁ ରାଜସ୍ଥାନ ୧୫.୫ ଓଭରରେ ହାସଲ କରିନେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe