ବୈଭବଙ୍କ ବିସ୍ଫୋରଣ: ଆଇପିଏଲ୍ ଶତକରେ ଦ୍ରୁତତମ ଭାରତୀୟ, ୩୫ ବଲ୍‌‌ରୁ ଶତକ

Advertisment

ବୟସ ମାତ୍ର ୧୪। ତଥାପି ଅସାଧାରଣ ବ୍ୟାଟିଂର ଅବିଶ୍ବସନୀୟ ଚମକ ଛାଡ଼ିଛନ୍ତି ରାଜସ୍ଥାନ ରୟାଲ୍‌ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ। କ୍ରିକେଟ୍ କ୍ରିଜ୍‌ରେ କେବଳ ଚମକି ନାହାନ୍ତି, ରନ୍ ଝଡ଼‌ରେ କୋଟିକୋଟି କ୍ରିକେଟ୍‌ପ୍ରେମୀଙ୍କ ହୃଦୟ ଜିତି ନେଇଛନ୍ତି।

ବୟସ ମାତ୍ର ୧୪। ତଥାପି ଅସାଧାରଣ ବ୍ୟାଟିଂର ଅବିଶ୍ବସନୀୟ ଚମକ ଛାଡ଼ିଛନ୍ତି ରାଜସ୍ଥାନ ରୟାଲ୍‌ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ। କ୍ରିକେଟ୍ କ୍ରିଜ୍‌ରେ କେବଳ ଚମକି ନାହାନ୍ତି, ରନ୍ ଝଡ଼‌ରେ କୋଟିକୋଟି କ୍ରିକେଟ୍‌ପ୍ରେମୀଙ୍କ ହୃଦୟ ଜିତି ନେଇଛନ୍ତି।

dfdfcvcv

ଜୟପୁର: ବୟସ ମାତ୍ର ୧୪। ତଥାପି ଅସାଧାରଣ ବ୍ୟାଟିଂର ଅବିଶ୍ବସନୀୟ ଚମକ ଛାଡ଼ିଛନ୍ତି ରାଜସ୍ଥାନ ରୟାଲ୍‌ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ। କ୍ରିକେଟ୍ କ୍ରିଜ୍‌ରେ କେବଳ ଚମକି ନାହାନ୍ତି, ରନ୍ ଝଡ଼‌ରେ କୋଟିକୋଟି କ୍ରିକେଟ୍‌ପ୍ରେମୀଙ୍କ ହୃଦୟ ଜିତି ନେଇଛନ୍ତି। ୩୫ ବଲ୍‌ରେ ଶତକ ଅର୍ଜନ କରି ଟ୍ବେଣ୍ଟି-୨୦ର ଗୋଟିଏ ପାଳିରେ ତିନି ଅଙ୍କ ଛୁଇଁବାରେ ବିଶ୍ବର ସର୍ବକନିଷ୍ଠ କ୍ରିକେଟର୍ ହେବାର ବିରଳ କୀର୍ତ୍ତିମାନ କରିଛନ୍ତି ବୈଭବ। ତାଙ୍କ ଛକା ବର୍ଷାରେ ବହୁ ଦକ୍ଷ ବୋଲରଙ୍କ ଛାତିରେ ଛନକା ପଶିଛି। ସେଥିପାଇଁ ଭାରତ ନୁହେଁ ସମଗ୍ର ବିଶ୍ବର ନଜର ଏବେ ତାଙ୍କ ଉପରେ ପଡ଼ିଛି। 

କେବଳ ୧୩ ବର୍ଷ ବୟସରେ ଆଇପିଏଲ୍‌-୨୦୨୫ର ମେଗା ନିଲାମରେ ୧ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇ ବିସ୍ମୟ ବାଳକ ଭାବେ ବିବେଚିତ ହୋଇଥିବା ବୈଭବ ନିଜ ଉପସ୍ଥିତି ଓ ମୂଲ୍ୟର ଯଥାର୍ଥ ସମ୍ମାନ ରଖିଛନ୍ତି। ସୋମବାର ଅନନ୍ୟ ବ୍ୟାଟିଂର ଅଲିଭା ଛାପ ଛାଡ଼ିଛନ୍ତି ସେ। ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ୱାସିଂଟନ୍ ସୁନ୍ଦର ଓ ରସିଦ ଖାନଙ୍କ ଭଳି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବୋଲରଙ୍କୁ ବେଖାତିର କରି ବୈଭବ ମଧ୍ୟ ଭାରତୀୟ କ୍ରିକେଟର୍‌ ନୂଆ ଯୁବରାଜ ଭାବେ ଉଭା ହୋଇଛନ୍ତି। ମହମ୍ମଦ ସିରାଜଙ୍କ ପ୍ରଥମ ବଲ୍‌ରୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିବା ବୈଭବ ତାଙ୍କ ଦ୍ବିତୀୟ ବଲ୍‌କୁ ଛକା ମାରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପରେ ୧୦୦ ଟେଷ୍ଟ୍ ଖେଳିବାର ଅଭିଜ୍ଞତା ରଖିଥିବା ଈଶାନ୍ତଙ୍କ ଗୋଟିଏ ଓଭରରୁ ୨୮ ରନ୍ ଅମଳ କରି ସମସ୍ତଙ୍କୁ ଚକିତ ‌କରି ଦେଇଥିଲେ। ୬ଟି ବିଶାଳ ଛକା ଓ ତିନିଟି ଦର୍ଶନୀୟ ଚୌକା ବଳରେ ମାତ୍ର ୧୭ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିନେଇଥିଲେ। ଯାହା ଚଳିତ ଆଇପିଏଲ୍ ଋତୁର ଦ୍ରୁତତମ ଅର୍ଦ୍ଧଶତକ ଥିଲା।

ରାଜସ୍ଥାନ ଇତିହାସର ମଧ୍ୟ ଏହା ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା। କିନ୍ତୁ ସେତିକିରେ ଅଟକି ନଥିଲେ ଏହି କୁନି ଦୁର୍ଦ୍ଧର୍ଷ ବ୍ୟାଟର୍। ଆଇପିଏଲ୍ ଇତିହାସର ଅନ୍ୟତମ ନିର୍ଭୀକ ପାଳି ଖେଳି ପରବର୍ତ୍ତୀ ୨୦ ବଲ୍‌ରୁ ୫୦ ରନ୍ କରିବା ସହ ୩୫ ବଲ୍‌ରୁ ଶତକ ଅର୍ଜନ କରି ନୂଆ ଫର୍ଦ୍ଦ ଯୋଡ଼ିଥିଲେ। ଏହା ମଧ୍ୟ କ୍ରିସ୍ ଗେଲ୍‌ (୩୦ ବଲ୍)ଙ୍କ ପରେ ଆଇପିଏଲ୍ ଇତିହାସର ଦ୍ବିତୀୟ ଦ୍ରୁତତମ ଏବଂ ଭାରତୀୟଙ୍କ ମଧ୍ୟରେ ଦ୍ରୁତତମ ଶତକ ଥିଲା। ନିଜ ଅବିସ୍ମରଣୀୟ ତଥା ଅଭିନବ ପାଳିରେ ୧୧ ଛକା ଓ ୭ ଚୌକା ମାରିଥିଲେ ବୈଭବ। ପୁଣି  ଆଇପିଏଲ୍‌ରେ ଶତକ ଅର୍ଜନ କରିବାରେ ସର୍ବକନିଷ୍ଠ ଖେଳାଳି ହେବାର ନୂଆ ଇତିହାସ ରଚିଥିଲେ। ଶେଷରେ ୩୮ ବଲ୍‌ରୁ ୧୦୧ ରନ୍ କରିଥିଲା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍‌ରେ ବୋଲ୍‌ଡ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ହେଲେ ବୈଭବଙ୍କ ଏହି ଛକା ଝଡ଼ ଗୋଲାପି ସହର ଜୟପୁରବାସୀଙ୍କ ସହ ସମଗ୍ର ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କୁ ବିମୋହିତ କରିଥିଲା। ବୈବଭ ମଧ୍ୟ ନିଜ ତୃତୀୟ ମ୍ୟାଚ୍‌ରେ ପ୍ରଥମ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ।  ତାଙ୍କ ପାଇଁ ରାଜସ୍ଥାନ ରୟାଲ୍‌ସ ବି ଚଳିତ ଆଇପିଏଲ୍‌ରେ ସର୍ବାଧିକ ପାୱର ପ୍ଲେ’ସ୍କୋର୍ (୮୭) ସ୍କୋର୍ କରିବାର ରେକର୍ଡ କରି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe