ଭର୍ଷ୍ଟାପେନ୍‌ ଜିତିଲେ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି

Advertisment
ଭର୍ଷ୍ଟାପେନ୍‌ ଜିତିଲେ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି

ସ୍ପିଲ୍‌ବର୍ଗ: ରେଡ୍‌ ବୁଲ୍‌ ଚାଳକ ମାକ୍ସ ଭର୍ଷ୍ଟାପେନ୍‌ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି ଫର୍ମୁଲା ଓ୍ଵାନ୍‌ ରେସ୍‌ ଜିତି ନେଇଛନ୍ତି। ରବିବାର ଏଠାରେ ଆୟୋଜିତ ରେସ୍‌ରେ ଭର୍ଷ୍ଟାପେନ୍‌ ବିଜେତା ହୋଇଥିଲେ। ଏହା ଭର୍ଷ୍ଟାପେନ୍‌ଙ୍କର ବ୍ୟକ୍ତିଗତ ଚତୁର୍ଥ ଏବଂ ରେଡ୍‌ବୁଲ୍‌ ପାଇଁ ପ୍ରଥମ ବିଜୟ ଥିଲା। ତେବେ ଶନିବାର ପୋଲ୍‌ ପୋଜିସନ୍‌ ପାଇଥିବା ଭାଲ୍‌ଟେରି ବୋଟ୍ଟାସ୍‌ଙ୍କ ସହିତ ମର୍ସିଡେଜ୍‌ ଚାଳକ ଲୁଇସ୍‌ ହାମିଲଟନ୍‌, ନିଲ୍‌ ହଲ୍‌କେନ୍‌ବର୍ଗ, ରିକିଆର୍ଡୋ ରେସ୍‌ ପୂର୍ଣ୍ଣ କରିପାରିନଥିଲେ। ଫଳରେ ଚଳିତ ବର୍ଷ ପ୍ରଥମ ବିଜୟ ଅପେକ୍ଷାରେ ଥିବା ବୋଟ୍ଟାସ୍‌ ନିରାଶ ହୋଇଥିଲେ। ତେବେ ଚଳିତ ବର୍ଷର ୮ ରେସ୍‌ ପରେ ଚାଳକଙ୍କ ପ୍ରତିଯୋଗିତାରେ ହାମିଲଟନ୍‌ଙ୍କଠାରୁ ୧୪ ପଏଣ୍ଟ୍‌ ପଛରେ ରହିଥିବା ଫେରାରିର ସେବାସ୍ତିଆନ୍‌ ଭେଟେଲ୍‌ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା ବେଳେ ଅନ୍ୟତମ ଫେରାରି ଚାଳକ କିମି ରାଇକୋନେନ୍‌ ଦ୍ୱିତୀୟ ସ୍ଥାନ ପାଇଥିଲେ। ଅବଶ୍ୟ ଉଭୟେ ରାଇକୋନେନ୍‌ ଓ ଭେଟେଲ ଫେରାରିକୁ ୨-୩ ପୋଡିଅମ୍‌ ଫିନିସ୍‌ ଦେଇଥିଲେ। ରୋମାଇଁ ଗ୍ରୋଜେଁ ଓ କେଭିନ୍‌ ମାଗ୍‌ନୁସେନ୍‌ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରେସ୍‌ ଶେଷ କରିଥିଲେ। ଏହି ରେସ୍‌ ଶେଷରେ ଭେଟେଲ ୧୪୬ ପଏଣ୍ଟ୍‌ ସହ ଚାମ୍ପିଅନ୍‌ସିପ୍‌ ଅଗ୍ରଣୀ ତାଲିକାରେ ପ୍ରଥମକୁ ଲମ୍ଫ ଦେଇଥିଲା ବେଳେ ହାମିଲଟନ୍‌ (୧୪୫), ରାଇକୋନେନ୍‌ (୧୦୧), ଡାକିଏଲ୍‌ ରିକିଆର୍ଡୋ (୯୬), ଭର୍ଷ୍ଟାପେନ୍‌ (୯୩), ବୋଟ୍ଟାସ୍‌ (୯୨) ଯଥାକ୍ରମେ ଦ୍ୱିତୀୟରୁ ଷଷ୍ଠ ସ୍ଥାନରେ ରହିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe