କଳିଙ୍ଗ ଲାନ୍ସର୍ସ ହକି ଦଳର ଅଧିଗ୍ରହଣ କଲା ବେଦାନ୍ତ

ହକି ଇଣ୍ଡିଆ ଲିଗର ଏକ ପ୍ରମୁଖ ଦଳ କଳିଙ୍ଗ ଲାନ୍ସର୍ସର ମାଲିକାନା ହାସଲ କରିଛି ବେଦାନ୍ତ ଗ୍ରୁପ । ଦିଲ୍ଲୀରେ ଅନଷ୍ଠିତ ଏକ କାର୍ଯ୍ୟକ୍ରମରେ କମ୍ପାନି ଏହି ଅଧିଗ୍ରହଣ କରିଛି । ‘କଳିଙ୍ଗ ଲାନ୍ସର୍ସ' ପୂର୍ବରୁ ଓଡ଼ିଶା ସରକାରଙ୍କ ଇଡକୋ ଏବଂ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡର ସହ-ମାଲିକାନାରେ ଥିଲା ।

fih

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗର ଏକ ପ୍ରମୁଖ ଦଳ କଳିଙ୍ଗ ଲାନ୍ସର୍ସର ମାଲିକାନା ହାସଲ କରିଛି ବେଦାନ୍ତ ଗ୍ରୁପ । ଦିଲ୍ଲୀରେ ଅନଷ୍ଠିତ ଏକ କାର୍ଯ୍ୟକ୍ରମରେ କମ୍ପାନି ଏହି ଅଧିଗ୍ରହଣ କରିଛି । ପୂର୍ବତନ ଏଚ୍ଆଇଏଲ୍ ଚାମ୍ପିୟନ ‘କଳିଙ୍ଗ ଲାନ୍ସର୍ସ' ପୂର୍ବରୁ ଓଡ଼ିଶା ସରକାରଙ୍କ ଇଡକୋ ଏବଂ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍)ର ସହ-ମାଲିକାନାରେ ଥିବା ବେଳେ ଏବେ ବେଦାନ୍ତ ଆଲୁମିନିୟମ୍ ଅଧିନକୁ ଆସିଛି ।

ଏହି ଅଧିଗ୍ରହଣ ପରେ ବେଦାନ୍ତର ଫୋକସ ଆଗାମୀ ଏଚଆଇଏଲ ଋତୁ ପାଇଁ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦଳ ଗଠନ କରିବା ଉପରେ ରହିବ, ଯେଉଁଥିରେ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପ୍ରାୟୋଜକତା ହାସଲ କରିବା ଏବଂ ଲିଗ୍ ରେ ଲାନ୍ସର୍ସର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଭାଗିଦାରୀ ଅନୁସନ୍ଧାନ କରିବା ଅନ୍ତର୍ଭୁକ୍ତ । ଏ ସଂପର୍କରେ ବେଦାନ୍ତ ଲିମିଟେଡର ଅଣ-କାର୍ଯ୍ୟର୍ନିବାହୀ ନିର୍ଦେଶକ ତଥା ହିନ୍ଦୁସ୍ତାନ ଜିଙ୍କ ଅଧ୍ୟକ୍ଷା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି ଯେ ଆମେ ଭାରତକୁ ଏକ ବିଶ୍ୱ କ୍ରୀଡ଼ା ଶକ୍ତିରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ । ନିକଟରେ ହୋଇଥିବା ଅଲିମ୍ପିକ୍ସ ବିଜୟ ଏହାର ସାମର୍ଥ୍ୟକୁ ଆହୁରି ଉଜ୍ଜ୍ୱଳ କରିବା ସହ ହକି ଭାରତର କ୍ରୀଡ଼ା ସଫଳତାର ଅନ୍ୟତମ ସ୍ତମ୍ଭ ପାଲଟିଛି ।

କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କରିବା ପରେ ଆମେ କେବଳ ଦଳରେ ନୁହେଁ, ଭାରତୀୟ ହକିର ଭବିଷ୍ୟତରେ ମଧ୍ୟ ନିବେଶ କରୁଛୁ । ଉନ୍ନତ ଭିତ୍ତିଭୂମି, ତୃଣମୂଳ ସ୍ତରର ପ୍ରତିଭା ସନ୍ଧାନ ଏବଂ କେନ୍ଦ୍ରୀଭୂତ ପ୍ରଶିକ୍ଷଣ ମାଧ୍ୟମରେ ଆମେ ଏକ ନୂତନ ପିଢ଼ିର ଆଥଲେଟମାନଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe