ଭିଦାଙ୍କୁ ଫିଫା ଚେତାବନୀ

Advertisment
ଭିଦାଙ୍କୁ ଫିଫା ଚେତାବନୀ

Soccer Football - World Cup - Quarter Final - Russia vs Croatia - Fisht Stadium, Sochi, Russia - July 7, 2018 Croatia's Domagoj Vida celebrates their second goal REUTERS/Carl Recine

ମସ୍କୋ: ବିଶ୍ୱକପ୍‌ ଆୟୋଜକ ରୁଷିଆର ଦୃଢ଼ ବିରୋଧୀ ୟୁକ୍ରେନକୁ ପ୍ରଶଂସା କରି କ୍ରୋଏସିଆ ରକ୍ଷଣଭାଗ ଖେଳାଳି ଦୋମାଗୋଜ ଭିଦା ଅଡ଼ୁଆରେ ପଡ଼ିଛନ୍ତି। ରୁଷିଆକୁ ହରାଇବା ପରେ ସାମାଜିକ ଗଣମାଧ୍ୟରେ ଏକ ଭିଡିଓ ପ୍ରକାଶ କରି ନିଜ ବିଜୟକୁ ୟୁକ୍ରେନକୁ ଉତ୍ସର୍ଗ କରିଥିବାରୁ ଫିଫା ତାଙ୍କୁ ଆନୁଷ୍ଠାନିକ ଭାବେ ଚେତାବନୀ ଦେଇଛି। ଏଭଳି ଘଟଣାର ପୁନରାବୃତି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫିଫା ସ୍ପଷ୍ଟ କରି ଦେଇଛି। ଏହି ଭିଡିଓରେ ଭିଦାଙ୍କ ସହ ଅବସରପ୍ରାପ୍ତ ଖେଳାଳି ଓଗଜେନ ଭୁକୋଜେଭିକ ମଧ୍ୟ ୟୁକ୍ରେନ ଜିନ୍ଦାବାଦ କହୁଥିବା ଶୁଣିବାକୁ ମିଳୁଛି। ଯାହାକୁ ରୁଷିଆ ପ୍ରଶଂସକମାନେ ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe