ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଗାଡ଼ି କଲେକସନ ଚର୍ଚ୍ଚାରେ ରହିଥାଏ। ଧୋନିଙ୍କ ପାଖରେ କାର ସହିତ ବାଇକର କଲେକସନ ରହିଛି। ତେବେ ପୂର୍ବତନ ଭାରତୀୟ ଖେଳାଳି ଭେଙ୍କଟେସ ପ୍ରସାଦ ଧୋନିଙ୍କ ବାଇକ କଲେକସନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭେଙ୍କଟେସ ଏକ ଭିଡିଓ ଟୁଇଟ କରି ଧୋନିଙ୍କ ଏହି କଲେକସନର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ ମୁଁ ଏମିତି ଜଣେ ବ୍ୟକ୍ତିଙ୍କୁ ଦେଖିଲି। ଯିଏକି ଆଶ୍ଚର୍ଯ୍ୟଜନକ କଲେକସନ ରଖିଛନ୍ତି। ଚକିତ କରିଲା ଭଳି ମଣିଷଟେ ମହେନ୍ଦ୍ର ସିଂ ଧୋନି। ଏହା ହେଉଛି ଧୋନିଙ୍କ ରାଞ୍ଚିସ୍ଥିତ ଘରର ବାଇକ ଓ କାର କଲେକସନର ଗୋଟିଏ ଝଲକ। ଯେମିତି ଅଦ୍ଭୁତ ମଣିଷ, ରୁଚି ବି ସେମିତି ଅଦ୍ଭୁତ।
ଭେଙ୍କଟେସଙ୍କୁ ପ୍ରଶ୍ନ କରାଯାଇଥିଲା କି ରାଞ୍ଚି ଆସି କେମିତି ଲାଗୁଛି। ସେ ଏହାର ଉତ୍ତରରେ କହିଥିଲେ, ରାଞ୍ଚି ମୁଁ ପ୍ରଥମ ଥର ଆସି ନାହିଁ। ଏହାର ମୋର ଆସିବା ଚତୁର୍ଥ ଥର। କିନ୍ତୁ ଧୋନିଙ୍କ ଗାଡ଼ି ସୋ’ରୁମ ମୁଁ ପ୍ରଥମର ଥର ଦେଖିଲି। ଧୋନି ଗାଡ଼ି ପାଇଁ ପାଗଳ। ସେ ଗାଡ଼ି ପାଗଳ ହୋଇ ନଥିଲେ ଏମିତି କଲେକସନ ରଖି ନଥାଆନ୍ତେ। ଏହି କଲେକସନକୁ ଯିଏ ଦେଖିବେ ସେ ଆଶ୍ଚର୍ଯ୍ୟ ହୋଇଯିବେ।
Follow Us