କୋଲକାତା: ନିକଟରେ ଶେଷ ହୋଇଥିବା ଆଇପିଏଲ୍ ମେଗା ନିଲାମରେ ବିସ୍ଫୋରକ ବ୍ୟାଟର୍ ଭେଙ୍କଟେଶ ଆୟରଙ୍କୁ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ୨୩.୭୫ କୋଟି ଟଙ୍କାରେ କିଣିଛି। ଭାରତୀୟ କ୍ରିକେଟ୍ ଦଳରୁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳି ଦରମା ବାବଦରେ ବିସିସିଆଇରୁ ସେ ମଧ୍ୟ କୋଟିକୋଟି ଟଙ୍କା ପାଇଛନ୍ତି। କ୍ରିକେଟ୍ ପଡ଼ିଆରେ ବର୍ଷସାରା ବ୍ୟସ୍ତ ରହୁଥିଲେ ବି ପାଠପଢ଼ାକୁ ହେଳା କରି ନାହାନ୍ତି ଆୟର। ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତୋର ଶିକ୍ଷା ଲାଭ କରି ସାରିଥିବା ଆୟର ଉଚ୍ଚଶିକ୍ଷିତ।
ଏପରିକି ସଂପ୍ରତି ସେ ପିଏଚ୍ଡି କରୁଛନ୍ତି। ୨୯ବର୍ଷୀୟ ଆୟର ଏବେଠୁ କ୍ରିକେଟ୍ ପରବର୍ତ୍ତୀ ଜୀବନ କଥା ଚିନ୍ତା କରିବା ସହ ପରିବାରର ଇଚ୍ଛାକୁ ସମ୍ମାନ ଜଣାଇ କ୍ରିକେଟ୍ ସହ ପାଠପଢ଼ା ବି ଜାରି ରଖିଛନ୍ତି। ମଧ୍ୟପ୍ରଦେଶର ଏହି ସଫଳ କ୍ରୀଡ଼ା ତାରକା ପଢ଼ାପଢ଼ି ଓ ଖେଳ ଭିତରେ ଅତୁଳନୀୟ ସମତୁଲ ରକ୍ଷା କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବି ପାଲଟିଛନ୍ତି। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି, ମୁଁ ମଧ୍ୟପ୍ରଦେଶର ଏକ ଛୋଟିଆ ଗାଁରୁ ଆସିଛି। ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଛି। ମୋ ପରିବାର ଲୋକ ସବୁବେଳେ ପଢ଼ାପଢ଼ିକୁ ଗୁରୁତ୍ବ ଦେଇଥା’ନ୍ତି। ଏଣୁ ସେମାନଙ୍କ ଉଚ୍ଛା ଓ ଆଗ୍ରହକୁ ସମ୍ମାନ ଜଣାଇ ମୁଁ କ୍ରିକେଟ୍ ଖେଳିବା ସହ ଉଚ୍ଚଶିକ୍ଷା ଲାଭ କରିବା ଜାରି ରଖିଛି। ଏବେ ମୁଁ ଅର୍ଥଶାସ୍ତ୍ରରେ ପିଏଚ୍ଡି କରୁଛି।
Follow Us