ରିଆ-ଲିଆଣ୍ଡର ମାମଲାର ରାୟ ପ୍ରକାଶ

ରିଆ-ଲିଆଣ୍ଡର ମାମଲାର ରାୟ ପ୍ରକାଶ

DNA India

ମୁମ୍ବାଇ : ଟେନିସ କିଂବଦନ୍ତି ଲିଆଣ୍ଡର ପେସ୍‌ଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିବା ତାଙ୍କ ପୂର୍ବତନ ସାଥୀ ତଥା ଅଭିନେତ୍ରୀ ରିଆ ପିଲାଇଙ୍କ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ମୁମ୍ବାଇର ମେଟ୍ରୋପଲିଟାନ ମାଜିଷ୍ଟ୍ରଟ୍‌ଙ୍କ କୋର୍ଟରେ ଏହି ମାମଲାର ରାୟ ଶୁଣାଣି କରି ନ୍ୟାୟଧୀଶ ମୋଲସିଂହ ରାଜପୁତ କହିଛନ୍ତି ଯେ ପେସ୍‌ ଅନେକ ଘରୋଇ ହିଂସା ଆଇନ ଉଲ୍ଲଂଘନ କରିଛନ୍ତି। ସେଥିପାଇଁ ରିଆଙ୍କୁ ମାସକୁ ଭଡ଼ା ବାବଦରେ ୫୦,୦୦୦ ଏବଂ ରକ୍ଷଣାବେକ୍ଷଣ ପାଇଁ ୧ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ପେସ୍‌ଙ୍କୁ ବିବାହ ନ କରିଥିଲେ ମଧ୍ୟ ରିଆ ବିବାହ ସଂପର୍କ ପରି ଏକାଠି ତାଙ୍କ ସହ ୮ ବର୍ଷ ବିତାଇଥିଲେ। ୨୦୧୪ରେ ପେସ୍‌ଙ୍କ ବିରୋଧରେ ରିଆ ମୌଖିକ, ଭାବପ୍ରବଣ ଏବଂ ଆର୍ଥିକ ଶୋଷଣ ଅଭିଯୋଗ ଆଣିଥିଲେ। ଫଳରେ ପେସ୍‌ଙ୍କ ବିରୋଧରେ ବିଭିନ୍ନ ଘରୋଇ ହିଂସା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe