ଏମିଲିଅ‌ା ରୋମାଗ୍ନା ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

Advertisment
ଏମିଲିଅ‌ା ରୋମାଗ୍ନା ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

DW

ଇମୋଲା (ଇଟାଲି): ରେଡ୍‌ବୁଲ୍‌ ରେସିଂ ଚାଳକ ମ୍ୟାକ୍ସ ଭର୍ସ୍ତାପେନ୍‌ ଇଟାଲିର ଇମୋଲାରେ ଆୟୋଜିତ ଏମିଲିଆ ରୋମାଗ୍ନା ଗ୍ରାଁ ପ୍ରି ଟ୍ରଫି ଜିତି ନେଇଛନ୍ତି। ବେଲ୍‌ଜିୟମ ଜନ୍ମିତ ଭର୍ସ୍ତାପେନ୍‌ ରବିବାର ଚଳିତ ବର୍ଷ ଫର୍ମୁଲା ୱାନ୍‌ର ଏହି ଦ୍ବିତୀୟ ଗ୍ରାଁ ପ୍ରିରେ ୭ ଥରର ବିଶ୍ବ ବିଜେତା ମର୍ସିଡିଜ୍‌ ଚାଳକ ଲୁଇସ ହାମିଲଟନ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ଭର୍ସ୍ତାପେନ୍‌ ୨:୦୨:୩୪.୫୯୮ ସେକେଣ୍ଡ ନେଇ ରେସ୍‌ ଶେଷ କରିଥିଲା ବେଳେ ବ୍ରିଟିସ୍‌ ଚାଳକ ହାମିଲଟନ୍‌ ୨୨ ସେକେଣ୍ଡ ଅଧିକ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏମାନଙ୍କ ପଛକୁ ମ୍ୟାକ୍‌ଲରେନର ଲାଣ୍ଡୋ ନୋରିସ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ୍‌ କରିଥିଲେ। ଫେରାରିର ଚାର୍ଲସ ଲେକଲର୍କ ଓ କାର୍ଲସ ସାଇଞ୍ଜ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe