ୟୁଏସ୍‌ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

ୟୁଏସ୍‌ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

Fox News

ଅଷ୍ଟିନ୍‌: ରେଡ୍‌ବୁଲ ଚାଳକ ମ୍ୟାକ୍ସ ଭର୍ସ୍ତାପେନ ରବିବାର ୟୁଏସ୍‌ ଗ୍ରାଁ ପ୍ରି ମୁକୁଟ କରାୟତ୍ତ କରିଛନ୍ତି। ଏଥିସହ ଆମେରିକା ସର୍କିଟ୍‌ରେ ଭର୍ସ୍ତାପେନ୍‌ ଏବଂ ତାଙ୍କ ଦଳ ରେଡ୍‌ବୁଲ୍‌ ପ୍ରଥମ ଥର ଟ୍ରଫି ତୋଳିଧରିବାର ସୌଭାଗ୍ୟ ପାଇଥିଲା। ନେଦରଲାଣ୍ଡ୍ସର ଭର୍ସ୍ତାପେନ୍‌ ୧ ଘଣ୍ଟା ୩୪ ମିନିଟ୍‌ ୩୬.୫୫୨ ସେକେଣ୍ଡ ସମୟ ରେସ୍‌ ଶେଷ କରିବା ସହ ୭ ଥର ବିଶ୍ବବିଜେତା ଲୁଇସ ହାମିଲଟନ୍‌ଙ୍କୁ ପଛରେ ପକାଇଥିଲେ। ମ୍ୟାକ୍ସଙ୍କଠୁ ୧.୩୩୩ ସେକେଣ୍ଡ ସମୟ ଅଧିକ ନେଇ ମର୍ସିଡିଜ୍‌ର ବ୍ରିଟିସ୍‌ ଚାଳକ ହାମିଲଟନ୍‌ ଦ୍ବିତୀୟ ସ୍ଥାନରେ ରହିଥିଲେ। ଭର୍ସ୍ତାପେନଙ୍କ ଦଳୀୟ ସାଥୀ ମେକ୍ସିକୋ ଚାଳକ ସର୍ଜିଓ ପେରେଜ ତୃତୀୟରେ ରହି ପୋଡିୟମ୍‌ ଫିନିସ୍‌ କରିଥିଲେ। ଏହି ବିଜୟ ସହ ଭର୍ସ୍ତାପେନ୍‌ (୨୮୭.୫) ବିଶ୍ବ ବିଜେତା ଦୌଡ଼ରେ ଆଗରେ ରହିଛନ୍ତି। ହାମିଲଟନ୍‌ (୨୭୫.୫) ଦ୍ବିତୀୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe