ଏବେ ବିଶ୍ୱସ୍ତରୀୟ ଦ୍ରୁତ ବୋଲର ସଂଖ୍ୟା କମ ଥିବାରୁ ଟେଷ୍ଟ ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁ ନାହିଁ: ସଚିନ ତେନ୍ଦୁଲକର

Advertisment
ଏବେ ବିଶ୍ୱସ୍ତରୀୟ ଦ୍ରୁତ ବୋଲର ସଂଖ୍ୟା କମ ଥିବାରୁ ଟେଷ୍ଟ ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁ ନାହିଁ: ସଚିନ ତେନ୍ଦୁଲକର

Navbharat Times

ଇନ୍ଦୋର: ବିଶ୍ୱର ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ଖେଳର ପାରଂପରିକ ପ୍ରାରୂପକୁ ନେଇ ଚିନ୍ତିତ ଦେଖାଯାଇଛନ୍ତି। ସଚିନଙ୍କୁ ଲାଗୁଛି ଯେ, ଟେଷ୍ଟ କ୍ରିକେଟକୁ ନେଇ ଯେଉଁ ଆଗ୍ରହ ଥିଲା, ତାହା ଆଉ ଆଜିକାଲି ନାହିଁ। ୭୦ ଓ ୮୦ ଦଶକରେ ସୁନିଲ ଗାଭାସ୍କର ବନାମ ଆଣ୍ଡି ରୋବଟର୍ସ, ଡେନିସ ଲିଲି ଅଥବା ଇମରାନ୍‌ ଖାନ୍‌ଙ୍କ ମଧ୍ୟରେ ବଲ ଓ ବ୍ୟାଟ୍‌ ମଧ୍ୟରେ ଲଢ଼େଇ ହେଉଥିଲା। ଏହାକୁ ଦେଖିବାକୁ ଦର୍ଶକ ଅପେକ୍ଷା କରୁଥିଲେ।

publive-image Zee News

-ଟେଷ୍ଟ କ୍ରିକେଟ୍‌ର ସ୍ତର ନିମ୍ନଗାମୀ ହେଉଛି, ଯାହାକି ଟେଷ୍ଟ କ୍ରିକେଟ ପାଇଁ ଭଲ ଖବର ନୁହେଁ। କ୍ରିକେଟର ସ୍ତର ଉପରେ ରହିବା ଦରକାର ଓ ଏଥିପାଇଁ ମୁଁ କହିବି ଯେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ପିଚ୍‌। କାରଣ ଭଲ ପିଚ୍‌ରେ ବୋଲର ଓ ସ୍ପିନରଙ୍କୁ ସାହାଯ୍ୟ ମିଳିଥାଏ ଏବଂ ବ୍ୟାଟ୍‌ ସନ୍ତୁଳନ ରହିଥାଏ।
 -ସଚିନ ତେନ୍ଦୁଲକର, ପୂର୍ବତନ ଭାରତୀୟ କ୍ରିକେଟର୍‌

ସେହିପରି ତେନ୍ଦୁଲକର ବନାମ ଗ୍ଲେନ ମାଇଗ୍ରା ଅଥବା ଓ୍ଵାସିମ୍‌ ଆକ୍ରମ ମଧ୍ୟରେ ମୁକାବିଲା ହେଉଥିଲା। ମାତ୍ର ଏବେ ଆଉ ତାହା ହେଉ ନାହିଁ। ତେନ୍ଦୁଲକର ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏହି ଭାରତୀୟ କ୍ରିକେଟର ୧୯୮୯ ନଭେମ୍ବର ୧୫ରେ ପଦାର୍ପଣ କରିଥିଲେ। ବିଗତ ୩୦ ବର୍ଷ ମଧ୍ୟରେ କ୍ରିକେଟରେ ଦେଖାଯାଇଥିବା ପରିବର୍ତ୍ତନର ଆକଳନ କରି ସଚିନ କହିଛନ୍ତି, ଲୋକ ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ଚାହୁଁଛନ୍ତି, ଏବେ ତାହା ଦେଖିବାକୁ ମିଳୁ ନାହିଁ। କାରଣ ଏବେ ବିଶ୍ୱସ୍ତରୀୟ ଦ୍ରୁତ ବୋଲର ସଂଖ୍ୟା କମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe