ESPN
ବର୍ଲିନ୍: ଚାରି ଥର ବିଶ୍ବ ବିଜେତା ସେବାସ୍ତିଆନ ଭିଟେଲ ଫର୍ମୁଲା ୱାନ୍ରୁ ଅବସର ଘୋଷଣା କରିଛନ୍ତି। ଚଳିତ ଋତୁ ଶେଷରେ ସେ ଅବସର ନେଇଯିବେ ବୋଲି ଗୁରୁବାର ସ୍ପଷ୍ଟ କରିଛନ୍ତି। ଅଷ୍ଟନ ମାର୍ଟିନ୍ ଦଳର ଏହି ୩୫ ବର୍ଷ ବୟସ୍କ ଜର୍ମାନି ଚାଳକ ୨୦୧୦ରୁ ୨୦୧୩ ମଧ୍ୟରେ ରେଡ୍ ବୁଲ୍ ପକ୍ଷରୁ ଟ୍ରଫି ଜିତିଥିଲେ। ସେ ମଧ୍ୟ ୬ ଋତୁ ଧରି ଫେରାରି ସହ ବିତାଇଥିଲେ। ହେଲେ ଆଗାମୀ ହଙ୍ଗେରି ଗ୍ରାଁ ପ୍ରି ପୂର୍ବରୁ ହିଁ ନିଜର ଅବସର ଘୋଷଣା କରିଦେଇଛନ୍ତି। ପରିବାରକୁ ଅଧିକ ସମୟ ଦେବା ଏବଂ କ୍ରୀଡ଼ା ଦୁନିଆ ବାହାରେ କିଛି କାର୍ଯ୍ୟ କରିବା ଉପରେ ଧ୍ୟାନ ଦେବା ପାଇଁ ଫର୍ମୁଲା ୱାନ୍ରୁ ଅବସର ଘୋଷଣା କରିବାର ନିଷ୍ପତ୍ତି ନେଲି ବୋଲି ନୂଆ କରି ସୃଷ୍ଟି କରିଥିବା ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଛନ୍ତି ଭିଟେଲ।
Follow Us