ମ୍ୟାଚ ଜିତିବା ପରେ ଧୋନିଙ୍କ ପାଇଁ ଏଭଳି କଥା ଲେଖିଲେ ଭିକ୍କି

Advertisment
ମ୍ୟାଚ ଜିତିବା ପରେ ଧୋନିଙ୍କ ପାଇଁ ଏଭଳି କଥା ଲେଖିଲେ ଭିକ୍କି

ଅହମଦାବାଦ : ବର୍ଷା ଯୋଗୁଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗତ ରବିବାର ହୋଇପାରି ନଥିବା ଫାଇନାଲ୍‌କୁ ଗତ ସୋମବାର ସଂରକ୍ଷିତ ଦିବସରେ ଖେଳାଯାଇଥିଲା। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ସାକାର ହୋଇଛି।

ଚେନ୍ନାଇ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା। ଦଳର ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟିଛି। ଗତକାଲି ଠାରୁ ଏହି ଆଇପିଏଲ ମ୍ୟାଚକୁ ନେଇ ଅନେକ ଘଟଣାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

ଏହି କ୍ରମରେ ଦେଖିବାକୁ ଗଲେ ସିନେମା ‘ଜରା ହଟକେ ଜରା ବଚକେ’କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଚେନ୍ନାଇ ଓ ଗୁଜରାଟ ଟାଇଟନ୍ସର ମ୍ୟାଚ ଦେଖିବାକୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ମ୍ୟାଚରେ ଧୋନିଙ୍କ ଦଳର ବିଜୟ ପରେ ଭିକ୍କି ଓ ସାରା ଗ୍ୟାଲେରିରେ ଖୁସିରେ ଝୁମି ଯାଇଥିଲେ।

ଏହି ଖୁସି ମୁହୂର୍ତ୍ତର ଏକ ଭିଡିଓକୁ ଭିକ୍କି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, ‘ବଦଲେ ତେରେ ମାହି, ଲେକେ ଜୋ କୋଇ ସାରି, ଦୁନିଆ ଭି ଦେ‌ଦେ ଅଗର...ତେ କିସେ ଦୁନିଆ ଚାହିଏ!!!’

ଭିକ୍କି ସେୟାର କରିଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ‌ଲୋକେ ବି ଉକ୍ତ ଭିଡିଓକୁ ବହୁତ ଭଲ ପାଇବା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe