ମୁରଲୀଙ୍କ ଆତ୍ମଜୀବନୀ ଆଧାରିତ ଫିଲ୍ମ ‘୮୦୦’ରେ ତାମିଲ୍ ସୁପରଷ୍ଟାର ବିଜୟ ସେଥୁପତି

ମୁରଲୀଙ୍କ ଆତ୍ମଜୀବନୀ ଆଧାରିତ ଫିଲ୍ମ ‘୮୦୦’ରେ ତାମିଲ୍ ସୁପରଷ୍ଟାର ବିଜୟ ସେଥୁପତି

ଚେନ୍ନାଇ: ଶ୍ରୀଲଙ୍କାର ସ୍ପିନ୍ କିଂବଦନ୍ତି ମୁଥୟା ମୁରଲୀଧରନଙ୍କ ଜାଜ୍ଜୁଲ୍ୟମାନ କ୍ରିକେଟ୍ ଜୀବନ ଖୁବଶୀଘ୍ର ରୁପେଲି ପରଦାରେ ଦେଖିବାକୁ ମିଳିବ। ‘୮୦୦’ ନାମରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ଲୋକପ୍ରିୟ ତାମିଲ ଅଭିନେତା ବିଜୟ ସେଥୁପତି ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ମଙ୍ଗଳବାର ଖେଳାଯିବାକୁ ଥିବା ଚେନ୍ନାଇ ସୁପରକିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ଅବସରରେ ଚଳଚ୍ଚିତ୍ରର ମୋସନ ପିକ୍ଚର୍ସ ଉନ୍ମୋଚନ କରାଯିବ। ଏମଏସ୍ ଶ୍ରୀପଥୀଙ୍କ ନିଦ୍ଦେର୍ଶନାରେ ତିଆରି ହେବାକୁ ଥିବା ଏହି ଚଳଚ୍ଚିତ୍ରର ନାଁ ମୁରଲୀଙ୍କ ୮୦୦ ଟେଷ୍ଟ୍ ୱିକେଟ୍ ଆଧାରରେ ରଖା ଯାଇଛି। ଏହି ଚଳଚ୍ଚିତ୍ରର ସୁଟିଂ ଶ୍ରୀଲଙ୍କା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତରେ ହେବ। ସୂଚନାଯୋଗ୍ୟ ଯେ ମୁରଲୀ ସଂପ୍ରତି ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି।

ବର୍ତ୍ତମାନ କ୍ରିକେଟକୁ ନେଇ ଚଳଚ୍ଚିତ୍ର ନିର୍ମାଣ ଧାରା ଜୋର ଧରିଛି। ଆସନ୍ତା ବଡ଼ଦିନ ଉପଲକ୍ଷେ ପରଦାକୁ ଆସୁଛି ହିନ୍ଦୀ ଚଳଚ୍ଚିତ୍ର ‘୮୩’। କବୀର ଖାନଙ୍କ ନିର୍ଦ୍ଦେଶିତ ‘୮୩’ ଚଳଚ୍ଚିତ୍ରଟି  ୧୯୮୩ କ୍ରିକେଟ୍ ବିଶ୍ୱକପରେ ଭାରତର ବିଜୟ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ରଣବୀର ସିଂ ବିଶ୍ବକପ୍ ବିଜୟୀ ଭାରତୀୟ ଦଳ ଅଧିନାୟକ  କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନେତ୍ରୀ ପତ୍ନୀ ଦୀପିକା ପାଦୁକୋନ ମଧ୍ୟ ଏହି ପ୍ରକଳ୍ପର ଏକ ଅଂଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe