ଏଟିକେ ମୋହନ ବାଗାନର ବିଜୟ ଜାରି

Advertisment
ଏଟିକେ ମୋହନ ବାଗାନର ବିଜୟ ଜାରି

The Bharat Express News

ଗୋଆ : ଚଳିତ ଆଇଏସ୍‌‌ଏଲ୍‌ରେ ଏଟିକେ ‌ମୋହନ ବାଗାନ ଏଫ୍‌ସି ତାର ବିଜୟ ଜାରି ରଖିଛି। ଶୁକ୍ରବାର ତିଲକ ମୈଦାନ ଷ୍ଟାଡିୟମରେ ଖେଳାଯାଇଥିବା ସପ୍ତମ ସଂସ୍କରଣର ଅଷ୍ଟମ ମ୍ୟାଚ୍‌ରେ ଏଟିକେ ମୋହନ ବାଗାନ ୨-୦ ଗୋଲ୍‌ରେ ଆଇଏସ୍‌ଏଲ୍‌ ପଦାର୍ପଣ କରିଥିବା ଏସ୍‌ସି ଇଷ୍ଟ୍‌ ବେଙ୍ଗଲ ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ହେଲେ ଦ୍ବିତୀୟାର୍ଧରେ କ୍ରିଷ୍ଣା ରୟ (୪୯ ମିନିଟ୍‌) ଓ ମନବୀର ସିଂହ (୮୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଏଟିକେ ମୋହନ ବାଗାନକୁ ବିଜୟ ଭେଟି ଦେଇଥିଲେ। ଏଟିକେ ମୋହନ ବାଗାନ ଲଗାତାର ୨ ମ୍ୟାଚ୍‌ ଖେଳି ଅପରାଜେୟ ରହି ୬ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି। ଶନିବାର ହାଇଦ୍ରାବାଦ ଏଫ୍‌ସି ଓ ବେଙ୍ଗାଲରୁ ଏଫ୍‌ସି ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe