ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୨୧୯ ରନ୍

Advertisment
ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୨୧୯ ରନ୍

ବେଙ୍ଗାଲୁରୁ: ଆଇପିଏଲ୍‌ର ୬୮ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ଚେନ୍ନାଇ ସୁପର କିଙ୍ଗସ୍(ସିଏସ‌କେ) ମୁହାଁମୁହିଁ ହୋଇଛନ୍ତି।
ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍‌ଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୫ ୱିକେଟ ହରାଇ ୨୧୮ ରନ୍ କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୨୧୯ ରନ୍ ରହିଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ୪୭ ରନ୍ କରିଥିବାବେଳେ ଫାଫ୍ ଡୁ ପ୍ଲେସିସ୍ ୫୪ ରନ୍ କରିଥିଲେ। ସେହିପରି ରଜତ ପଟିଦାର ୪୧ ରନ୍, କାମେରୁନ୍ ଗ୍ରୀନ୍ ୩୮ ରନ୍, ଦୀନେଶ କାର୍ତ୍ତିକ ୧୪ ରନ୍, ଗ୍ଲେନ୍ ମ୍ୟାକ୍ସୱେଲ ୧୬ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe