ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୦୭ ରନ୍

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୦୭ ରନ୍

ନ୍ୟୁୟର୍କ: ଟି-୨୦ ବିଶ୍ବକପ୍‌ର ୨୨ତମ ମ୍ୟାଚ୍‌ରେ ଗ୍ରୁପ୍-ଏ ରେ ପାକିସ୍ତାନ ଏବଂ କାନାଡା ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କାନାଡା ଅଧିନାୟକ ସାଦ୍ ବିନ୍ ଜାଫରଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ କାନାଡା ୭ ୱିକେଟ ହରାଇ ୧୦୬ ରନ୍ କରିଛି। ଫଳରେ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୦୭ ରନ୍ ରହିଛି।

କାନାଡା ପକ୍ଷରୁ ଆରୋନ ଜନସନ ୫୨ ରନ୍ କରିଥିବାବେଳେ ନବନୀତ୍ ଧାଲିୱାଲ୍ ୪ ରନ୍ କରିଥିଲେ। ସେହିପରି ପରଗଟ୍ ସିଂ ୯ ରନ୍, ନିକୋଲାସ୍ କିର୍ଟନ୍ ୧ ରନ୍, ଶ୍ରେୟସ୍ ମୋଭଭା ୨ ରନ୍, ସାଦ୍ ବିନ ଜାଫର ୧୦ ରନ୍, କାଲେମ ସାନା ୧୩ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe