ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ହରାଇ ବିଦର୍ଭ ୨ୟ ଥର ଚାମ୍ପିଅନ୍‌

Advertisment
ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ହରାଇ ବିଦର୍ଭ ୨ୟ ଥର ଚାମ୍ପିଅନ୍‌

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ସୌରାଷ୍ଟ୍ରକୁ ହରାଇ ବିଦର୍ଭ ଚାମ୍ପିଅନ୍‌ ହୋଇଛି। ଏଥି ସହିତ ବିଦର୍ଭ ୨ୟ ଥର ପାଇଁ ଏହି ଟ୍ରଫିର ଅଧିକାରୀ ହୋଇପାରିଛି। ବିଗତ ଥର ଚାମ୍ପିଅନ୍‌ ବିଦର୍ଭ ଟିମ୍‌ ଫାଇନାଲ ମ୍ୟାଚରେ ଗୁରୁବାର ସୌରାଷ୍ଟ୍ରକୁ ୭୮ ରନ୍‌ରେ ପରାସ୍ତ କରିଛି। ସୌରାଷ୍ଟ୍ର ବିଜୟ ପାଇଁ ୨୦୬ ରନ୍‌ ଲକ୍ଷ୍ୟରେ ଖେଳୁଥିବା ବେଳେ ବିଦର୍ଭକୁ ୫ ଓ୍ଵିକେଟ ଦରକାର ପଡୁଥିଲା। ସୌରାଷ୍ଟ ବୁଧବାର ଖେଳ ଶେଷ ହେବା ବେଳକୁ ୫ଟି ଓ୍ଵିକେଟ ହରାଇ ଥିଲା ଏବଂ ବିଜୟ ପାଇଁ ୧୪୮ ରନ୍‌ ଦରକାର କରୁଥିଲା।

publive-image

ସୌରାଷ୍ଟ୍ରର ବିଶ୍ୱରାଜ ଜାଦେଜା (୫୨) ଏବଂ କମଲୋ ମେକଭନା (୧୪) ପ୍ରଥମ ପର୍ଯ୍ୟାୟରେ ଲଢୁଆ ବ୍ୟାଟିଂ କରିଥିଲେ କିନ୍ତୁ ସେମାନେ ଆଉଟ୍‌ ହୋଇଯିବା ପରେ ପରବର୍ତ୍ତୀ ସମୟରେ ଭଲ ଭାଗିଦାରୀ ହୋଇ ପାରି ନଥିଲା। ବିଦର୍ଭର ବାମହାତୀ ସ୍ପିନର ଆଦିତ୍ୟ ସରଓ୍ଵାତେ ଗୁରୁବାର ୫ରୁ ୩ ଓ୍ଵିକେଟ ନେଇଥିଲେ। ସେ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ କରିଛନ୍ତି। ପ୍ରଥମ ଇନିଂସରେ ୫ଟି ଓ୍ଵିକେଟ ନେଇ ୫୭ ରନ୍‌ ଦେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୫୯ ରନ୍‌ ଦେଇ ୬ଟି ଓ୍ଵିକେଟ ନେଇଛନ୍ତି। ସରଓ୍ଵାତେଙ୍କ ୪୯ ରନ୍‌ ଯୋଗୁଁ ସୌରାଷ୍ଟ୍ରକୁ ୨୦୬ ରନ୍‌ ଟାର୍ଗେଟ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe