ବିଦର୍ଭ ଛାଡ଼ିଲେ ଚନ୍ଦ୍ରକାନ୍ତ; ମଧ୍ୟପ୍ରଦେଶର ପ୍ରଶିକ୍ଷକ ହେବେ

Advertisment
ବିଦର୍ଭ ଛାଡ଼ିଲେ ଚନ୍ଦ୍ରକାନ୍ତ; ମଧ୍ୟପ୍ରଦେଶର ପ୍ରଶିକ୍ଷକ ହେବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ଘରୋଇ କ୍ରିକେଟରେ ଜଣେ ସଫଳ ପ୍ରଶିକ୍ଷକ ଭାବେ ଜଣାଶୁଣା ଚନ୍ଦ୍ରକାନ୍ତ ପଣ୍ତିତ ଆଗାମୀ ଋତୁରେ ବିଦର୍ଭ ଛାଡ଼ି ମଧ୍ୟପ୍ରଦେଶ ସହ ଯୋଗଦେଉଛନ୍ତି। ୨୦୧୭-୧୮ ଓ ୨୦୧୮-୧୯ରେ ପଣ୍ତିତ ବିଦର୍ଭର ପ୍ରଶିକ୍ଷକ ଥିବାବେଳେ ଦଳ ରଣଜୀ ବିଜେତା ହୋଇଥିଲା। ଏଥିପୂର୍ବରୁ ମୁମ୍ବାଇ, ମହାରାଷ୍ଟ୍ର, କେରଳର ପ୍ରଶିକ୍ଷକ ଭାବେ ମଧ୍ୟ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଆଗାମୀ ଋତୁରେ ଆବାସ ଅଲ୍ଲିଙ୍କଠୁ ସେ ମଧ୍ୟପ୍ରଦେଶ ଦଳର ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିବେ।

ବିଦର୍ଭ ସହିତ ଥିବାବେଳେ ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି ଏବ˚ ବିଦର୍ଭ କ୍ରିକେଟ ସ˚ଘ (ଭିସିଏ) ଯେଉଁଭଳି ଭାବେ ସହଯୋଗର ହାତ ବଢାଇଥିଲା ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ଆଗକୁ ଆସୁଥିବା ନୂଆ ଆହ୍ବାନକୁ ମଧ୍ୟ ସାମ୍ନା କରିବାକୁ ବର୍ତ୍ତମାନ ସମୟ ଆସିଥିବା ପଣ୍ତିତ ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି ଯେ ତିନିବର୍ଷ ଧରି ସେ ବିଦର୍ଭର ପ୍ରଶିକ୍ଷକ ରହିଥିଲେ। ସାଧାରଣତଃ କୌଣସି ଦଳ ସହ ଦୁଇରୁ ତିନିବର୍ଷ ପର୍ଯ୍ୟନ୍ତ ସେ ସମୟ ଦେଇଥାନ୍ତି। କାରଣ ଆଗକୁ ବଢିବା ପାଇଁ ଏହା ଏକ ଅବସର ଦେଇଥାଏ। ବିଦର୍ଭ ସହିତ ଥିବାବେଳେ ସେ ସବୁବେଳେ ଖୁସି ଅନୁଭବ କରୁଥିଲେ। ଖେଳାଳିମାନେ ଯେଉଁଭଳି ଭାବେ ଖେଳୁଥିଲେ ଓ ସ˚ଘର ସହଯୋଗ ସବୁବେଳେ ରହୁଥିଲା, ଏପରିକି ସଭାପତି ଆନନ୍ଦ ଜୈସଵାଲ ଓ ଉପସଭାପତି ତଥା କ୍ରିକେଟ ଉନ୍ନୟନ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ବୈଦ୍ୟଙ୍କର ତାଙ୍କ ପ୍ରତି ସମର୍ଥନ ରହୁଥିଲା। ତେଣୁ ଏବେ ଆଗକୁ ବଢିବାର ସମୟ ଆସିଥିବା ପଣ୍ତିତ କହିଛନ୍ତି।
ମଧ୍ୟପ୍ରଦେଶ ପାଇଁ ୬ ବର୍ଷ ଧରି ସେ କ୍ରିକେଟ ଖେଳିଛନ୍ତି। ତେଣୁ ଏହି ସ˚ଘ ଯେତେବେଳେ ପଣ୍ତିତଙ୍କ ସହ ଯୋଗାଯୋଗ କରିଥିଲା ତାହାକୁ ସେ ଗ୍ରହଣ କରିଥିଲେ। କାରଣ ବିଦର୍ଭ ସହ କାମ କରିବେନାହିଁ ବୋଲି ପୂର୍ବରୁ ସ୍ଥିର କରିସାରିଥିଲେ। ତେଣୁ ଦଳ ବଦଳାଇବା ଘଟଣାରେ କୌଣସି ଅନ୍ୟ କାରଣ ନଥିବା ସେ ପ୍ରତିକ୍ରିୟାରେ କହିଥିଲା ବେଳେ ଏହା ସ˚ପୂର୍ଣ୍ଣଭାବେ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସାକ୍ଷାତକାରରେ କହିଛନ୍ତି। ତାଙ୍କ ମତରେ, ଗତ ତିନିବର୍ଷ ମଧ୍ୟରେ ଏକ ଯୁବ ଦଳକୁ ତିଆରି କରିଛୁ। ଦଳରେ ସ୍ଥାନ ପାଇବାକୁ ଖେଳାଳିମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ହେଉଥିଲା। ଏବେ ୨୩ ବର୍ଷରୁ କମ୍‌ ଦଳ ସିକେ ନାୟୁଡୁ ଟ୍ରଫି ଜିତିଛି। ତେଣୁ ସେହି ଖେଳାଳିମାନେ ଆଗକୁ ବରିଷ୍ଠ ଦଳର ଭାର ନିଜ କାନ୍ଧକୁ ନେବା କ୍ଷମତା ରଖୁଛନ୍ତି। ଗତ ରଣଜୀ ଋତୁରେ ବିଦର୍ଭ ଭଲ ଆରମ୍ଭ କରିଥିଲେ ବି ମଧ୍ୟଭାଗରେ ଫିକା ପଡ଼ିଯାଇଥିଲା। ଫଳରେ ଗ୍ରୁପ୍‌ ଏ’ ଓ ବି’ର ମିଳିତ ତାଲିକାର ସପ୍ତମ ସ୍ଥାନରେ ଦଳ ରହିବାକୁ ନକ୍‌ଆଉଟକୁ ଯାଇପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe