ତୃତୀୟ ଥର ରଣଜୀ ଟ୍ରଫି ଜିତିଲା ବିଦର୍ଭ

Advertisment

ପଶ୍ଚିମ ଭାରତୀୟ ଦଳ ବିଦର୍ଭ ତୃତୀୟ ଥର ପାଇଁ ରଣଜୀ ଟ୍ରଫି ମୁକୁଟ ଜିତିବାରେ ଗୌରବ ଅର୍ଜନ କରିଛି। ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଅନୁଷ୍ଠିତ କେରଳ ବିପକ୍ଷ ଫାଇନାଲ୍‌କୁ ଡ୍ର’ ରଖି ଏହି ଦଳ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ବିଜେତା ହୋଇଛି।

ପଶ୍ଚିମ ଭାରତୀୟ ଦଳ ବିଦର୍ଭ ତୃତୀୟ ଥର ପାଇଁ ରଣଜୀ ଟ୍ରଫି ମୁକୁଟ ଜିତିବାରେ ଗୌରବ ଅର୍ଜନ କରିଛି। ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଅନୁଷ୍ଠିତ କେରଳ ବିପକ୍ଷ ଫାଇନାଲ୍‌କୁ ଡ୍ର’ ରଖି ଏହି ଦଳ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ବିଜେତା ହୋଇଛି।

adadxz

ନାଗପୁର: ପଶ୍ଚିମ ଭାରତୀୟ ଦଳ ବିଦର୍ଭ ତୃତୀୟ ଥର ପାଇଁ ରଣଜୀ ଟ୍ରଫି ମୁକୁଟ ଜିତିବାରେ ଗୌରବ ଅର୍ଜନ କରିଛି। ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଅନୁଷ୍ଠିତ କେରଳ ବିପକ୍ଷ ଫାଇନାଲ୍‌କୁ ଡ୍ର’ ରଖି ଏହି ଦଳ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ବିଜେତା ହୋଇଛି। ପୂର୍ବରୁ ବିଦର୍ଭ ୨୦୧୭-୧୮ ଏବଂ ୨୦୧୮-୧୯ରେ କ୍ରମାଗତ ଦୁଇଟି ଋତୁରେ ବିଜେତା ହୋଇଥିଲା। ୬ ଋତୁ ପରେ ପୁଣି ଘରୋଇ କ୍ରିକେଟ୍‌ର ଏହି ମହାମୁକୁଟ ଜିତି ନେଇଛି। ସେମିଫାଇନାଲ୍‌ରେ ୪୨ ଥର ବିଜେତା ମୁମ୍ବାଇକୁ ମାତ୍ ଦେଇଥିବା ବିଦର୍ଭ ଏବେ ନିଜକୁ ପ୍ରମାଣିତ କରିଛି। ଅନ୍ୟପକ୍ଷରେ ପ୍ରଥମ ଥର ଫାଇନାଲ୍ ଆସିଥିବା କେରଳ ଉପବିଜେତାରେ ସନ୍ତୁଷ୍ଟ ହୋଇଛି।

ପ୍ରଥମ ପାଳିରେ ୩୭ ରନ୍‌ର ନିର୍ଣ୍ଣାୟକ ଅଗଣୀ ନେବା ପରେ ବିଦର୍ଭ ତୃତୀୟ ଦିନରୁ ହିଁ ଟ୍ରଫି ଉପରେ ଗୋଟିଏ ହାତ ରଖି ଦେଇଥିଲା। ଦ୍ବିତୀୟ ପାଳିରେ ଅକ୍ଷୟ ୱାଡକରଙ୍କ ଦଳ ସେଭଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇନଥିଲା। ବରଂ କରୁଣ ନାୟାରଙ୍କ ଶତକ (୧୩୫ ରନ୍) ବଳରେ ବିଦର୍ଭ ଦ୍ବିତୀୟ ପାଳିରେ  ୩୭୫/୯ରେ ଥିବାବେଳେ ଉଭୟ ପକ୍ଷ ରବିବାର ମ୍ୟାଚ୍‌ ଡ୍ର’ ପାଇଁ ସହମତ ହୋଇଥିଲେ। ଦର୍ଶନ ନାଲକଣ୍ଡେ (୫୧*) ଅର୍ଦ୍ଧଶତକ ଅର୍ଜନ କରିବା ପର୍ଯ୍ୟନ୍ତ ବିଭର୍ଦ ବ୍ୟାଟିଂ କରିଥିଲା। ଆଦିତ୍ୟ ସରୱାତେ ୪ ୱିକେଟ୍ ଅକ୍ତିଆର କରିଥିଲେ। ପୂର୍ବରୁ ପ୍ରଥମ ପାଳିରେ ବିଦର୍ଭ ୩୭୯ ରନ୍ କରିଥିବାବେଳେ କେରଳକୁ ୩୪୨ ରନ୍‌‌ରେ ରୋକି ଦେଇଥିଲେ। ଟ୍ରଫି ବିଜୟ ସହ କରୁଣ ନାୟାର ମଧ୍ୟ ବ୍ୟକ୍ତିଗତ ଭାବେ ତୃତୀୟ ଥର ରଣଜୀ ଟ୍ରଫି ଜିତିଛନ୍ତି। ଦୁଇଟି ଅଲଗା ଅଲଗା ଦଳରୁ ଏହି ଗୌରବ ପାଇବାର ବିରଳ ଗୌରବ ମଧ୍ୟ ଅର୍ଜନ କରିଛନ୍ତି। ପୂର୍ବରୁ କରୁଣ ନାୟାର କର୍ଣ୍ଣାଟକ ପାଇଁ ଦୁଇ ଥର (୨୦୧୩-୧୪ ଓ ୨୦୧୪-୧୫) ରଣଜୀ ଟ୍ରଫି ଜିତିଥିଲେ। ଫାଇନାଲ୍‌ରେ ମୋଟ ୨୨୬ ରନ୍ ସଂଗ୍ରହ କରିଥିବା ଦାନିଶ ମାଲେୱାର (୧୫୩ ଓ ୭୩) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ହର୍ଷ ଦୁବେ (୪୭୬ ରନ୍‌ ଓ ୬୯ ୱିକେଟ୍‌) କିନ୍ତୁ ଅଲରାଉଣ୍ଡ୍ ପ୍ରଦର୍ଶନ କରି ୨୦୨୪-୨୫ ରଣଜୀ ଋତୁର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ବିଦର୍ଭ ପ୍ରଥମ ପାଳି: ୩୭୯ (ଦାନିଶ ମାଲେୱାର-୧୫୩, ମହମ୍ମଦ ନିଦ୍ଦେଶ-୩/୬୧)। କେରଳ ପ୍ରଥମ ପାଳି: ୩୪୨ (ସଚିନ ବେବି-୯୮, ଆଦିତ୍ୟ ସରୱାତେ-୭୯, ଦର୍ଶନ ନାଲକ‌ଣ୍ଡେ-୩/୫୨)। ବିଦର୍ଭ ଦ୍ବିତୀୟ ପାଳି: ୧୪୩.୫ ଓଭରରେ ୩୭୫/୯ (କରୁଣ ନାୟାର-୧୩୫, ଦାନିଶ ମାଲେୱାର-୭୩, ଦର୍ଶନ ନାଲକଣ୍ଡେ-୫୧*, ଆଦିତ୍ୟ ସରୱାତେ-୪/୯୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe