ଷ୍ଟାଡିୟମ୍‌ ଭିତରେ ବର୍ଷାରେ ଛିଡା ହୋଇଥିଲେ ପାକିସ୍ତାନୀ ଅମ୍ପାୟାର, ସୋସିଆଲ ମିଡିଆରେ ଜିତିଲେ ପ୍ରଶଂସକଙ୍କ ହୃଦୟ

Advertisment
ଷ୍ଟାଡିୟମ୍‌ ଭିତରେ ବର୍ଷାରେ ଛିଡା ହୋଇଥିଲେ ପାକିସ୍ତାନୀ ଅମ୍ପାୟାର, ସୋସିଆଲ ମିଡିଆରେ ଜିତିଲେ ପ୍ରଶଂସକଙ୍କ ହୃଦୟ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଆୟୋଜକ ଦଳ ବିଜୟୀ ହୋଇଛି। ଶ୍ରୀଲଙ୍କା ବିଶ୍ୱ ର‍୍ୟାଙ୍କିଙ୍ଗରେ ୧ ନମ୍ବର ଦଳକୁ ପରାସ୍ତ କରିଛି। ଅନ୍ୟ ମ୍ୟାଚ ଭଳି ଏହି ମ୍ୟାଚରେ  ବର୍ଷା ଦାଉ ସାଜିଥିଲା। ଖେଳାଳିଙ୍କୁ ଅନେକ ଥର ପାଭଲିଅନ ଆଡକୁ ଦୌଡୁଥିବା ଦେଖାଯାଇଥିଲା। ବର୍ଷାରୁ ତ୍ରାହି ପାଇବା ପାଇଁ ଖେଳାଳିମାନେ ଦୌଡି ପଳାଉଥିବା ବେଳେ ପାକିସ୍ତାନୀ ଅମ୍ପାୟର ଅଲିମ ଡାର ପ୍ରଶଂସକଙ୍କ ଦୃଦୟ ଜିତିଛନ୍ତି।

ମ୍ୟାଚ୍‌ରେ ଶ୍ରୀଲଙ୍କା ୩୬୭ ରନ୍‌ ଇଂଲଣ୍ଡକୁ ଟାର୍ଗେଟ ଦେଇଥିଲା। ଇଂଲଣ୍ଡ ୨୬ ଓଭର ଖେଳ ଶେଷ ହେବା ପର୍ଯ୍ୟନ୍ତ ୮ ଓ୍ଵିକେଟ ହରାଇ ୧୩୨ ରନ୍‌ ସଂଗ୍ରହ କରିଥିଲା। ଆକିଲା ଧନଞ୍ଜୟ ଲିୟାମ ପ୍ଲେଙ୍କଟଙ୍କୁ ଆଉଟ୍‌ କରିଥିଲେ। ଅମ୍ପାୟର ଅଲୀମ ଡାର ଆଙ୍ଗୁଳି ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ବର୍ଷା ଆସିଥିଲା। ପ୍ଲେଙ୍କଟ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ପାଭଲିଅନ ଆଡକୁ ଦୌଡି ପଳାଇଥିଲେ। ଡାର ପଡ଼ିଆରେ ଛିଡା ହୋଇଥିଲେ।

publive-image

ଅମ୍ପାୟର ଡାର ଡିସିଜନ୍‌ ରିଭ୍ୟୁ ସିଷ୍ଟମର ନିଷ୍ପତ୍ତିକୁ ବର୍ଷରେ ଅପେକ୍ଷା କରିଥିଲେ। ସେ ୩ୟ ଅମ୍ପାୟରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ ଯେ, ଏହା ଆଉଟ୍‌ କି ନୁହେଁ। ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ପରେ ଡାର ପ୍ଲେଙ୍କଟଙ୍କୁ ଆଉଟ ଦେଇଥିଲେ। ଇଂଲଣ୍ଡର ସ୍କୋର ୧୩୨ ରନ୍‌ରେ ୯ ଓ୍ଵିକେଟ ଯାଇଥିଲା। ଶ୍ରୀଲଙ୍କାର ଆର୍‌ ପ୍ରେମଦାସ ଷ୍ଟାଡିୟମ୍‌ରେ ଅକ୍ଟୋବର ୨୩ରେ ଖେଳାଯାଇଥିବା ଏହି ମ୍ୟାଚ ଡିଏଲ୍‌ଏସ୍‌ ପ୍ରଣାଳୀରେ ଶ୍ରୀଲଙ୍କା ୨୧୯ରେ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe