କଟକ: ପ୍ରଥମେ ବୋଲରଙ୍କ ଶାଣୀତ ବୋଲି˚ ଓ ପରେ ମଧ୍ୟକ୍ରମରେ ବ୍ୟାଟରଙ୍କ ଦମ୍ଦାର ପ୍ରଦର୍ଶନ। ମୋଟାମୋଟି ଭାବେ ଦଳଗତ ପ୍ରଦର୍ଶନ ବଳରେ ଗୁଜରାଟ ବିପକ୍ଷ ବିଜୟ ହଜାରେ ଟ୍ରଫି ମ୍ୟାଚ୍ରେ ଓଡ଼ିଶା ୩ ଵିକେଟରେ ବିଜୟୀ ହୋଇଛି। ପ୍ରତିଯୋଗିତାରେ ଏହାଥିଲା ଓଡ଼ିଶାର ଲଗାତର ଦ୍ବିତୀୟ ବିଜୟ।
ଗୁରୁବାର ଶୁଭ୍ରା˚ଶୁ ସେନାପତି ଟସ୍ ଜିତି ବୋଲି˚ କରିଥିଲେ। ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିବାକୁ ଯାଇ ଦ୍ରୁତ ବୋଲର ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ସୁନୀଲ କୁମାର ରାଉଳ ଆରମ୍ଭରୁ ପ୍ରତିପକ୍ଷ ବ୍ୟାଟି˚କ୍ରମକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଧ୍ରୁବ ରାଭଲ, ଭାର୍ଗବ ମେରାଇ, ପୀୟୂଷ ଚାଵଲା ଖାତା ଖୋଲିପାରିନଥିଲା ବେଳେ ହେଟ୍ ପଟେଲ ୫, ରାହୁଲ ଶାହ ୧୧, ରିପଲ ପଟେଲ ୧୨, ହେମଙ୍ଗ ପଟେଲ ୨୫ ରନ୍ କରି ଆଉଟ ହୋଇଥିଲେ।
କେବଳ କଥାନ ପଟେଲ ଏକାକି ରକ୍ଷଣାତ୍ମକ ଖେଳିବା ସହ ଶତକ ଅର୍ଜନ କରି ଅପରାଜିତ ରହିଥିଲେ। ସେ ୧୬୬ ବଲ୍ରୁ ୧୫ ଚୌକା ଓ ୩ ଛକା ସହାୟତାରେ ୧୩୦* ରନ୍ କରିଥିଲେ। ଗୁଜରାଟ ୯ ଵିକେଟ ବିନିମୟରେ ୨୨୪ ରନ୍ କରିପାରିଥିଲା। ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ ଓ ଜୟନ୍ତ ବେହେରା ୨ ଵିକେଟ ଲେଖାଏଁ ନେଇଥିଲେ।
ଜବାବରେ ଓଡ଼ିଶା ମଧ୍ୟ ଧୀମା ଆରମ୍ଭ କରିଥିଲା। ଅନୁରାଗ ଷଡ଼ଙ୍ଗୀ (୧୨), ସନ୍ଦୀପ ପଟ୍ଟନାୟକ (୧୯), ଶୁଭ୍ରା˚ଶୁ ସେନାପତି (୧) ଶୀଘ୍ର ଆଉଟ ହୋଇଯିବା ପରେ ମଧ୍ୟକ୍ରମରେ ଗୋବିନ୍ଦ ପୋଦ୍ଦାର (୩୫), ବିପ୍ଲବ ସାମନ୍ତରାୟ (୩୨) ପାଳି ସମ୍ବାଳିଥିଲେ। ଅଭିଷେକ ରାଉତ ଲିଷ୍ଟ ଏ’ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଯାଇ ଅପରାଜିତ ୬୦ ରନ୍ କରି ଦଳକୁ ଜିତାଇଥିଲେ। ତଳକ୍ରମରେ ଦେବବ୍ରତ ପ୍ରଧାନ ୩୪ ରନ୍ର ଅଲରାଉଣ୍ତ ପାଳି ଖେଳି ଅଭିଷେକଙ୍କ ସହ ୬୯ ରନ୍ର ଭଗୀଦାରି ଗଡ଼ିଥିଲେ। ପ୍ରତିପକ୍ଷର ସିଦ୍ଧାର୍ଥ ଦେଶାଇ ୩ ଵିକେଟ ପାଇଥିଲେ। ଓଡ଼ିଶାର ପରବର୍ତ୍ତୀ ମୁକାବିଲା ଶନିବାର ବିଦର୍ଭ ବିପକ୍ଷରେ ଅନୁଷ୍ଠିତ ହେବ।
Follow Us