ବିଜୟ ହଜାରେ ଟ୍ରଫି: ପୃଥ୍ଵୀଙ୍କ ବିସ୍ଫୋରକ ବ୍ୟାଟି ଯୋଗୁଁ ଫାଇନାଲରେ ମୁମ୍ବାଇ

Advertisment
ବିଜୟ ହଜାରେ ଟ୍ରଫି: ପୃଥ୍ଵୀଙ୍କ ବିସ୍ଫୋରକ ବ୍ୟାଟି ଯୋଗୁଁ ଫାଇନାଲରେ ମୁମ୍ବାଇ

ବେଙ୍ଗାଲୁରୁ: ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଭାରତର ଉଦୟମାନ ଖେଳାଳି ପୃଥ୍ଵୀ ସ ପୁଣି ଥରେ ଚମକିଛନ୍ତି। ବିଜୟ ହଜାରେ ଟ୍ରଫିରେ ୪୪ ବଲ ଖେଳି ୮ ଚୌକା ଓ ୨ଟି ଛକା ବଳରେ ୬୧ ରନ ସଂଗ୍ରହ କରିଛନ୍ତି। ଫଳରେ ମୁମ୍ବାଇକୁ ବିଜୟ ଦେଇ ଫାଇନାଲରେ ପହଞ୍ଚାଇଛନ୍ତି। ହାଇଦ୍ରାବାଦର ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ପୃଥ୍ଵୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ସ ଓ ଅଧିନାୟକ ଶ୍ରେୟସ ଆୟର ମୁମ୍ବାଇ ପାଇଁ ଅର୍ଦ୍ଧଶତକ ଯୋଡ଼ିଥିଲେ।

ମୁମ୍ବାଇ ସମ୍ମୁଖରେ ୨୭୧ ରନ୍‌ ବିଜୟ ଲକ୍ଷ୍ୟ ଥିଲା। ମୁମ୍ବାଇ ୨୫ ଓଭରରେ ୨ଟି ଓ୍ଵିକେଟ ହରାଇ ୧୫୫ ରନ୍‌ ସଂଗ୍ରହ କରିଥିବା ବେଳେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଫଳରେ ମ୍ୟାଚ ଖେଳିବା ଅସୁବିଧା ହୋଇଥିଲା। ଭିଜେଡି ପଦ୍ଧତି ଅନୁସାରେ ବିଜୟ ପାଇଁ ମୁମ୍ବାଇର ସ୍କୋର ୨ଓ୍ଵିକେଟରେ ୯୬ ରନ ଆବଶ୍ୟକ ଥିଲା। ଏହା ପୂର୍ବରୁ ହାଇଦ୍ରାବାଦ ଅବାନ୍ତି ରାୟଡୁଙ୍କ ୧୨୧ ରନ ବଳରେ ୮ ଓ୍ଵିକେଟରେ ୨୪୬ ରନ ସଂଗ୍ରହ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe