Vijay Hazare Trophy: ବିଜୟ ହଜାରେ ଟ୍ରଫି: ଓଡ଼ିଶା-ଆନ୍ଧ୍ରପ୍ରଦେଶ ମୁକାବିଲା ଆଜି

Advertisment

ଚଳିତ ବିଜୟ ହଜାରେ ଟ୍ରଫି ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ସୋମବାର ଭେଟିବ ଆନ୍ଧ୍ରପ୍ରଦେଶକୁ। ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ରେ ସୌରାଷ୍ଟ୍ରଠାରୁ ୫ ୱିକେଟ୍‌ରେ ହାରିଯିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ସର୍ଭିସେସ୍‌କୁ ୪ ୱି‌କେଟ୍‌ରେ ହରାଇଥିଲା।

ଚଳିତ ବିଜୟ ହଜାରେ ଟ୍ରଫି ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ସୋମବାର ଭେଟିବ ଆନ୍ଧ୍ରପ୍ରଦେଶକୁ। ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ରେ ସୌରାଷ୍ଟ୍ରଠାରୁ ୫ ୱିକେଟ୍‌ରେ ହାରିଯିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ସର୍ଭିସେସ୍‌କୁ ୪ ୱି‌କେଟ୍‌ରେ ହରାଇଥିଲା।

vijay hazare trophy

Photograph: (InsideSport)

ଭୁବନେଶ୍ବର: ଚଳିତ ବିଜୟ ହଜାରେ ଟ୍ରଫି ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ସୋମବାର ଭେଟିବ ଆନ୍ଧ୍ରପ୍ରଦେଶକୁ। ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ରେ ସୌରାଷ୍ଟ୍ରଠାରୁ ୫ ୱିକେଟ୍‌ରେ ହାରିଯିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ସର୍ଭିସେସ୍‌କୁ ୪ ୱି‌କେଟ୍‌ରେ ହରାଇଥିଲା। ଏହି ଦୁଇ ମ୍ୟାଚ୍‌ରେ ଓଡ଼ିଶା ଓପନର୍‌ ସ୍ବସ୍ତିକ ସାମଲ ପ୍ରଥମ ଓଡ଼ିଶା କ୍ରିକେଟର୍‌ ଭାବେ ଲିଷ୍ଟ୍‌ ‘ଏ’ ଦ୍ବିଶତକ (୨୧୨) ଏବଂ ଦ୍ରୁତ ବୋଲର ରାଜେଶ ମହାନ୍ତି ପ୍ରଥମ ଓଡ଼ିଶା ଖେଳାଳି ଭାବେ ଲିଷ୍ଟ୍‌ ‘ଏ’ ହ୍ୟାଟ୍ରିକ୍ ଅର୍ଜନ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ତେବେ ଦଳଗତ ଭାବେ ଓଡ଼ିଶାକୁ ଭଲ କରିବାକୁ ଆହୁରି ବଡ଼ ଆହ୍ବାନ ରହିଛି। ୮ ଦଳୀୟ ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏବେ ମାତ୍ର ୪ ପଏଣ୍ଟ୍‌ ସହ ଦ୍ବିତୀୟ ସ୍ଥାନରେ ରହିଛି। ଦିଲ୍ଲୀ ୨ରୁ ୨ ବିଜୟ ସହ ଶୀର୍ଷରେ ରହିଛି। 

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ଅନ୍ୟପକ୍ଷରେ ଓଡ଼ିଶା ଭଳି ଆନ୍ଧ୍ରପ୍ରଦେଶ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ୪ ୱିକେଟ୍‌ରେ ହାରିବା ପରେ ରେଳବାଇଠାରୁ ୬ ୱିକେଟ୍‌ରେ ଜିତିଛି। ଅର୍ଥାତ୍ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସମାନ ସ୍ଥିତିରେ ରହି ଏହି ମ୍ୟାଚ୍‌ ଖେଳିବେ। ବିଜୟ ହଜାରେ ଟ୍ରଫିର ରେକର୍ଡ ଦେଖିଲେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଚତୁର୍ଥ ମୁକାବିଲା କରିବାକୁ ଯାଉଛନ୍ତି। ପୂର୍ବ ୩ଟିରୁ ଆନ୍ଧ୍ରପ୍ରଦେଶ ୨-୧ରେ ଆଗୁଆ ରହିଛି। ଶେଷ ଥର ପାଇଁ ୨୦୨୧ ଡିସେମ୍ବର ୮ ତାରିଖରେ ଅନୁଷ୍ଠିତ ମୁକାବିଲାରେ କିନ୍ତୁ ଓଡ଼ିଶା ବିଜୟୀ‌ ହୋଇଥିଲା। ଶୁଭ୍ରାଂଶୁ ସେନାପତି (୧୧୬), ସନ୍ଦୀପ ପଟ୍ଟନାୟକ (୫୭)ଙ୍କ ପାଳି ବଳରେ ଓଡ଼ିଶା ୨୭୮/୫ ସ୍କୋର୍‌ କରିଥିଲା। ଜବାବରେ ଜୟନ୍ତ ବେହେରା (୪/୨୪), ଦେବବ୍ରତ ପ୍ରଧାନ (୨/୫୬)ଙ୍କୁ ଖେଳି ନପାରି ଆନ୍ଧ୍ରପ୍ରଦେଶ ୨୧୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ୨୦୧୫ରେ ୫୫ ରନ୍‌ରେ ଏବଂ ୨୦୧୮ରେ ୬ ୱିକେଟ୍‌ରେ ବିଜୟୀ‌ ହୋଇଥିଲା।

Women's T20 : ମହିଳା ଟ୍ବେଣ୍ଟି-୨୦: ଶେଫାଳି, ସ୍ମୃତିଙ୍କ ଧାମାକା, ଶ୍ରୀଲଙ୍କାକୁ ୩୦ ରନରେ ହରାଇଲା ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe