ବିଜୟ ହଜାରେ ଟ୍ରଫି: ଓଡ଼ିଶାର ଦ୍ବିତୀୟ ପରାଜୟ

Advertisment
ବିଜୟ ହଜାରେ ଟ୍ରଫି: ଓଡ଼ିଶାର ତୃତୀୟ ପରାଜୟ, ଶୁଭ୍ରା˚ଶୁ ଓ ଅଙ୍କିତଙ୍କ ଅର୍ଦ୍ଧଶତକ ବେକାର

SportsPro Media

କଟକ: ବାଙ୍ଗାଲୋରରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଏମ୍‌.ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚରେ ରେଳବାଇ ୮ ଵିକେଟରେ ଓଡ଼ିଶାକୁ ହରାଇଛି। ଓଡ଼ିଶା ପରବର୍ତ୍ତୀ ମ୍ୟାଚ ୨୪ ତାରିଖରେ କର୍ଣ୍ଣାଟକ ବିପକ୍ଷରେ ଖେଳିବ।

ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ ରେଳବାଇ ଟସ୍‌ ଜିତି ବୋଲି˚ କରିଥିଲା। ଅପରିବର୍ତ୍ତିତ ଓଡ଼ିଶା ପାଇଁ ଗୌରବ ଚୌଧୁରୀ ଓ ସନ୍ଦୀପ ପଟ୍ଟନାୟକ ପାଳି ଆରମ୍ଭ କରିବାକୁ ଆସିଥିଲେ ହେଁ ଧୀମା ଖେଳିଥିଲେ। ପ୍ରଥମ ଵିକେଟ୍‌ରେ ୩୬ ରନ୍‌ ଯୋଡ଼ିହେବା ପରେ ସନ୍ଦୀପ (୧୩) ଆଉଟ୍‌ ହୋଇଥିଲେ। ପଛକୁ ପଛ ଗୌରବ ମଧ୍ୟ ୨୪ ରନ୍‌ କରିଥିଲା ବେଳେ ଆଉଟ ହୋଇଥିଲେ। ହିମା˚ଶୁ ସାଙ୍ଗଵନ ଏହି ଦୁଇ ଵିକେଟ୍‌ ନେଇଥିଲେ। ପରେ ଶୁଭ୍ରା˚ଶୁ ସେନାପତିଙ୍କ ସହ ଅଧିନାୟକ ଶାନ୍ତନୁ ମିଶ୍ର ରକ୍ଷଣାତ୍ମକ ଖେଳି ଦଳକୁ ୧୦୦ ରନ୍‌ର ନିକଟତର କରିଥିଲେ ମଧ୍ୟ ଏହି ଯୋଡ଼ି ଅଧିକ ସମୟ ତିଷ୍ଠି ନଥିଲା। ଶୁଭ୍ରା˚ଶୁ ୨୨ ରନ୍‌ କରିଥିଲା ବେଳେ ହର୍ଷ ତ୍ୟାଗିଙ୍କ ଦ୍ବାରା ଏଲ୍‌ବିଡବ୍ଲୁ ହୋଇଥିଲେ। ଵିକେଟ୍‌ ବଞ୍ଚାଇବାକୁ ସ˚ଘର୍ଷ କରୁଥିବା ଅଧିନାୟକ ଶାନ୍ତନୁ ୬୩ ବଲ୍‌ରୁ ୩୬ ରନ୍‌ ସ˚ଗ୍ରହ କରି ଆଉଟ ହୋଇଥିଲା ବେଳେ ଅଭିଷେକ ଯାଦବ (୨୦) ଅଳ୍ପ କିଛି ସମୟ ପାଇଁ ଦଳର ମଙ୍ଗ ସମ୍ଭାଳିଥିଲେ। ମଧ୍ୟକ୍ରମରେ ରାଜେଶ ଧୂପର ଓ ଅଙ୍କିତ ଯାଦବ ପ୍ରତିପକ୍ଷ ବୋଲରଙ୍କୁ ଉଚିତ ସାମ୍ନା କରି ଦଳକୁ ୨୦୦ ରନ୍‌ ପାର‌୍‌ କରାଇଥିଲେ। ଉଭୟଙ୍କ ମଧ୍ୟରେ ୭୮ ରନ୍‌ର ଭାଗୀଦାରି ହେବା ପରେ ଅର୍ଧଶତକଠୁ ଆଉ ମାତ୍ର ୨ ରନ୍‌ ଦୂରରେ ଥିବା ବେଳେ ଅଙ୍କିତଙ୍କୁ ଅମିତ ମିଶ୍ରା ଆଉଟ କରିଥିଲେ। ଧୂପର ୩୬ ରନ୍‌ କରି କର୍ଣ୍ଣ ଶର୍ମାଙ୍କ ଶିକାର ହୋଇଥିଲେ। ନିମ୍ନକ୍ରମରୁ ଆଉ ବଡ଼ ଯୋଗଦାନ ନମିଳିବାରୁ ଦଳ ୪୯.୩ ଓଭର ବେଳକୁ ସମସ୍ତ ଵିକେଟ ବିନିମୟରେ ୨୩୦ରେ ସୀମିତ ରହିଯାଇଥିଲା।

୨୩୧ରନ୍‌ର ଲକ୍ଷ୍ୟକୁ ରେଳବାଇ ମାତ୍ର ୨ ଵିକେଟ ହରାଇ ୪୪.୩ ଓଭରରେ ହାସଲ କରିଥିଲା। ଦୁଇ ପ୍ରାରମ୍ଭିକ ଯୋଡ଼ି ମୃନାଲ ଦେବଧର ଓ ପ୍ରଥମ ସି˚ହ ୮୭ରନ୍‌ର ଦୃଢ ମୂଳଦୁଆ ପକାଇଥିଲେ। ଉଭୟ ଯଥାକ୍ରମେ ୪୪ ଓ ୬୩ରନ୍‌ କରି ଆଉଟ ହେବାପରେ ଶିବମ ଚୌଧୁରୀ ଓ ଅରିନ୍ଦମ ଘୋଷ ଶେଷ ପର୍ଯ୍ୟନ୍ତ ଆଉ ଵିକେଟ ନହରାଇ ଦଳକୁ ଜିତାଇଥିଲେ। ଶିବମ ୮୧* ଓ ଅରିନ୍ଦମ ୩୯* ରନ୍‌ ସ˚ଗ୍ରହ କରିଥିଲେ। ଓଡ଼ିଶା ପାଇଁ ସୌରଭ କାନୋଜିଆ ଓ ଶାନ୍ତନୁ ମିଶ୍ର ଏହି ଦୁଇ ଵିକେଟକୁ ଅକ୍ତିଆର କରିଥିଲେ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ୨୩୦/୧୦ (୪୯.୩ ଓଭର), ଶାନ୍ତନୁ ମିଶ୍ର ୩୬, ରାଜେଶ ଧୂପର ୩୬, ଅଙ୍କିତ ଯାଦବ ୪୮, ପ୍ରଦୀପ ପୂଜାର ୩/୫୪, ହିମା˚ଶୁ ସାଙ୍ଗଵନ ୨/୩୪, ଶିବମ ଚୌଧୁରୀ ୨/୧୮। ରେଳବାଇ ୨୩୧/୨ (୪୪.୩ ଓଭର), ମୃନାଲ ଦେବଧର ୪୪, ପ୍ରଥମ ସି˚ହ ୬୩, ଶିବମ ଚୌଧୁରୀ ୮୧*, ଅରିନ୍ଦମ ଘୋଷ ୩୯*, ସୌରଭ କାନୋଜିଆ ୧/୪୮, ଶାନ୍ତନୁ ମିଶ୍ର ୧/୩୬।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe