ଅନ୍‌ଲାଇନ୍‌ରେ ଆଇନ ପଢ଼ୁଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ବିଜୟ

ଅନ୍‌ଲାଇନ୍‌ରେ ଆଇନ ପଢ଼ୁଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ବିଜୟ

Indian shooting

ମନାଲି : ହିମାଚଳପ୍ରଦେଶ ପୁଲିସରେ ଡିଏସ୍‌ପି ଭାବେ ଯୋଗ ଦେଇଥିବା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବନ୍ଧୁକଚାଳକ ବିଜୟ କୁମାର ସେଠାକାର ପାଲମପୁର କଲେଜରେ ଏଥିଲାଗି ସ୍ବତନ୍ତ୍ର ପ୍ରଶିକ୍ଷଣ ନେଉଥିଲା ବେଳେ କେନ୍ଦ୍ର ସରକାର ଗୃହାବଦ୍ଧ ‌ବା ଲକଡାଉନ୍ ଘୋଷଣା କରିଥିଲେ। ଫଳରେ ବିଜୟ ସେହି କଲେଜରେ ହିଁ ଅଟକି ଯାଇଥିଲେ। ବାହାରକୁ ବାହାରିବା ସମ୍ଭବ ନଥିବାରୁ ଇନ୍‌ଡୋର ଅଭ୍ୟାସ ପରେ ମିଳୁଥିବା ଖାଲି ସମୟକୁ ସେ ଆଇନ ପଢ଼ିବାରେ ବିନିଯୋଗ କରୁଛନ୍ତି। ଡିଏସ୍‌ପିଙ୍କ ଭଳି ପୁଲିସ ଅଧିକାରୀଙ୍କ ପାଇଁ ଆଇନର କିଛି ଦିଗ ଜାଣିବା ଓ ପଢ଼ିବା ନିହାତି ଜରୁରୀ ଥିବାରୁ ବିଜୟ ଅନଲାଇନରେ ଏହାର ପଢ଼ାପଢ଼ି କରିବା ଆରମ୍ଭ କରି ଦେଇଛନ୍ତି। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ୨୫ ମିଟର ରୢାପିଡ୍ ଫାୟାର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ। ‌ସେତେବେଳେ ବିଜୟ ସେନା ବାହିନୀରେ କାର୍ଯ୍ୟ କରୁଥିଲେ। ସେନାରେ ୧୫ ବର୍ଷ ଧରି କାର୍ଯ୍ୟକରିବା ପରେ କିନ୍ତୁ ହିମାଚଳ ପୁଲିସରେ ଯୋଗ ଦେଇଥିଲେ। ଏଥିନେଇ ସେ କହିଛନ୍ତି ଯେ ଆମେ ଶାରୀରିକ ବ୍ୟାୟାମ କରିବା ବନ୍ଦ କରି ଦେଇଛୁ। କାରଣ ସାମାଜିକ ଦୂରତା ବଜାୟ ରଖିଲା ବେଳେ ଶାରୀରିକ ବ୍ୟାୟାମ କରିବା କଷ୍ଟକର। ସେଥିପାଇଁ ଅନ୍‌ଲାଇନରେ ଆଇନ ପଢ଼ୁଛି। ପାଲମପୁରର ଦାରୋ କଲେଜରେ ଅଛି। ବାହାର ଦୁନିଆ ସହ ମୋର ଏବେ କୌଣସି ସଂପର୍କ ନାହିଁ। କିଛି ଲୋକ ଆମକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି, ସେଥିରେ ହିଁ ଆମ ଗୁଜୁରାଣ ମେଣ୍ଟୁଛି। ଏହି ଅବସରରେ କରୋନା ପାଇଁ ସରକାର ଜାରି କରିଥିବା ନିର୍ଦେଶାବଳୀକୁ ଅନୁସରଣ କରିବା ପାଇଁ ୩୪ ବର୍ଷୀୟ ବିଜୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe