ବିଜୟ ହଜାରେ ଟ୍ରଫି: ବିପ୍ଳବ, ଦେବବ୍ରତ, ଶୁଭ୍ରାଂଶୁଙ୍କ ଚମକ

Advertisment

ତ୍ରିପୁରାକୁ ୪ ୱିକେଟ୍‌ରେ ହରାଇଲା ଓଡ଼ିଶା

ତ୍ରିପୁରାକୁ ୪ ୱିକେଟ୍‌ରେ ହରାଇଲା ଓଡ଼ିଶା

ବିଜୟ ହଜାରେ ଟ୍ରଫି: ବିପ୍ଳବ, ଦେବବ୍ରତ, ଶୁଭ୍ରାଂଶୁଙ୍କ ଚମକ

କଟକ/ଭୁବନେଶ୍ବର: ଓଡ଼ିଶା ବରିଷ୍ଠ କ୍ରିକେଟ୍ ଦଳ ଚମତ୍କାର ବିଜୟ ସହ ୨୦୨୩-୨୪ ଋତୁ ଆରମ୍ଭ କରିଛି। ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫି ସୀମିତ ଓଭର କ୍ରିକେଟ୍‌ରେ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଓଡ଼ିଶା ୪ ୱିକେଟ୍‌ରେ ତ୍ରିପୁରାକୁ ପରାସ୍ତ କରିଛି। ଓଡ଼ିଶା ଟସ୍ ଜିତି ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲ‌‌‌‌ା। ଏହାକୁ ଯଥାର୍ଥ ସାବ୍ୟସ୍ତ କରି ନୂଆ ବଲ୍‌ ଯୋଡ଼ି ଦେବବ୍ରତ ପ୍ରଧାନ (୬-୦-୧୪-୪) ଓ ରାଜେଶ ମହାନ୍ତି (୬-୧-୧୩-୦) ଘାତକ ବୋଲିଂ କରିବା ପରେ ଅଧିନାୟକ ବିପ୍ଳବ ସାମନ୍ତରାୟ (୬-୦-୩୨-୫) ତ୍ରିପୁରାକୁ ୧୦୭ ରନ୍‌ରେ ଅଲ୍‌ ଆଉଟ୍ କରି ଦେଇଥିଲେ। ତ୍ରିପୁରା ମାତ୍ର ୧୯ ଓଭର ଖେଳିପାରିଥିଲା। ଅଭିଜ୍ଞ ମଣିଶଙ୍କର ମୁରାସିଂହ ସର୍ବାଧିକ ୨୪ ରନ୍‌ କରିଥିଲେ।

ଜବାବରେ ଓଡ଼ିଶା ଚତୁର୍ଥ ଓଭର ବେଳକୁ ୧୬/୩ରେ ସଂଘର୍ଷ କରିଥିଲା। ଶାନ୍ତନୁ ମିଶ୍ର (୧), ଅନୁରାଗ ଷଡ଼ଙ୍ଗୀ (୧୦), କାର୍ତ୍ତିକ ବିଶ୍ବାଳ (୦) ସଅଳ ବିଦାୟ ନେଇଯାଇଥିଲେ। ତେବେ ଶୁଭ୍ରାଂଶୁ ସେନାପତି (୪୧ ରନ୍‌, ୬୫ ବଲ୍‌) ଓ ବିପ୍ଳବ ସାମନ୍ତରାୟ (୨୯ ରନ୍‌, ୩୧ ବଲ୍‌) ଚତୁର୍ଥ ୱିକେଟ୍‌ରେ ୫୬ ରନ୍‌ ଯୋଡ଼ି ସ୍ଥିତିରେ ପରିବର୍ତ୍ତନ ଆଣିଥିଲେ। ବିଜୟ ଶେଷ କରିବା ପୂର୍ବରୁ କିନ୍ତୁ ଏହି ଯୋଡ଼ିଙ୍କ ସହ ଅଭିଷେକ ଯାଦବ (୦) ମଧ୍ୟ ଆଉଟ୍ ହୋଇଯାଇଥିଲେ। ରାଜେଶ ଧୂପର (୧୪*, ୧୫ ବଲ୍‌) ଓ ପ୍ରୟାସ ସିଂହ ଠାକୁର (୨*) ଓଡ଼ିଶାକୁ ୨୩.୨ ଓଭରରେ (୧୦୮/୬)ରେ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ। ଓଡ଼ିଶା ନିଜର ପରବର୍ତ୍ତୀ ମ୍ୟାଚ୍‌ ଶନିବାର ଆଲୁର-୨ ପଡ଼ିଆରେ ରେଳବାଇ ସହ ଖେଳିବ।

ବିଦର୍ଭଠୁ ହାରିଲେ ଓଡ଼ିଶା ବାଳିକା
କଟକ: ଗୁଜରାଟର ଭଦୋଦରାଠାରେ ଚାଲିଥିବା ୧୫ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ରେ ଗୁରୁବାର ଓଡ଼ିଶା ୯ ୱିକେଟ୍‌ରେ ବିଦର୍ଭଠୁ ପରାସ୍ତ ହୋଇଛି। ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୩୫ ଓଭରରେ ୬ ୱିକେଟ୍‌ ହରାଇ ୧୦୯ ରନ୍‌ କରିଥିଲା। ଜବାବରେ ବିଦର୍ଭ ୨୭.୪ ଓଭରରେ ମାତ୍ର ୧ ୱିକେଟ୍‌ ହରାଇ ୧୧୨ ରନ୍‌ କରି ବିଜୟୀ ହୋଇଥିଲା। ଓଡ଼ିଶାର ଶୁଭଲକ୍ଷ୍ମୀ ସିଂହ ୨୯ ରନ୍‌ ଓ ଶୀତଳ ଜୟସ୍ବାଲ ୧୫ ରନ୍‌ କରି ଅପର‌ାଜିତ ଥିଲେ। ବିଦର୍ଭର କୁନ୍ତଳା ଶର୍ମା ୭୧ଟି ବଲ୍‌ରୁ ୫୭ ରନ୍‌ କରି ଅପରାଜିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe