ରିଙ୍ଗ୍‌କୁ ଫେରିବେ ବିଜେନ୍ଦର

Advertisment

୧୭ରେ ଘାନା ଯୋଦ୍ଧା ସୁଲେଙ୍କ ସହ ଲଢ଼ିବେ

୧୭ରେ ଘାନା ଯୋଦ୍ଧା ସୁଲେଙ୍କ ସହ ଲଢ଼ିବେ

ରିଙ୍ଗ୍‌କୁ ଫେରିବେ ବିଜେନ୍ଦର

ନୂଆଦିଲ୍ଲୀ : ଭାରତୀୟ ତାରକା ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ୨୦୧୫ରୁ ନିଜର ପେସାଦାର କ୍ୟାରିୟର ଆରମ୍ଭ କରିବା ପରେ କ୍ରମାଗତ ୧୨ ବିଜୟ ହାସଲ କରି ଚର୍ଚ୍ଚାରେ ରହିଥିଲେ। ବିଜେନ୍ଦରଙ୍କ ରେକର୍ଡ ୧୨-୦ର ଅପରାଜେୟ ଲଢ଼େଇ ମଧ୍ୟରେ ୮ ନକ୍‌ଆଉଟ୍‌ ସାମିଲ ଥିଲା। ହେଲେ ଗତବର୍ଷ ମାର୍ଚ୍ଚରେ ତାଙ୍କର ଏହି ଧାରା‌ ଭାଙ୍ଗିଯାଇଥିଲା। ରୁଷିଆର ଆର୍ତିଶ ଲୋପ୍‌ସାନ ଗୋଆରେ ଏକ ଲଢ଼େଇରେ ବିଜେନ୍ଦରଙ୍କୁ ଟେକ୍‌ନିକାଲ ନକ୍‌ଆଉଟ୍ କରିଦେଇଥିଲେ। ଏହି ପରାଜୟ ପରେ ବିଜେନ୍ଦର ଆଉ ପେସାଦାର ରିଙ୍ଗ୍‌କୁ ଫେରିବେନି ବୋଲି ଆଲୋଚନା ହେଉଥିଲା। କିନ୍ତୁ ବିଜେନ୍ଦର ପରାଜୟରେ ଭାଙ୍ଗନପଡ଼ି ପୁନର୍ବାର ରିଙ୍ଗ୍‌କୁ ଫେରିବାର ସଂକେତ ଦେଇଛନ୍ତି। ଆସନ୍ତା‌ ୧୭ ତାରିଖରେ ସେ ଜାତୀୟ ୱେଷ୍ଟ୍‌ ଆଫ୍ରିକା ମୁଷ୍ଟିଯୁଦ୍ଧ ୟୁନିୟନ୍‌ ବିଜେତା ଘାନାର ଇଲିଆସୁ ସୁଲେଙ୍କ ସହ ପରବର୍ତୀ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ହୋଇଗଲେଣି ବୋଲି କହିଛନ୍ତି।

ପୂର୍ବ ବାଉଟ୍‌ଗୁଡ଼ିକର ସମସ୍ତ ଚିନ୍ତାଧାରାକୁ ମନରୁ କାଢ଼ିଦେବା ବିଜେନ୍ଦରଙ୍କ ହେଉଛି ସରଳ ମନ୍ତ୍ର ରହିଛି। ମୁଁ ସବୁବେଳେ ପ୍ରତିଟି ଲଢ଼େଇକୁ ପ୍ରଥମ ବୋଲି ଭାବିଥାଏ। ମୁଁ ଯେତେବେଳେ ପ୍ରଶିକ୍ଷଣ ଆରମ୍ଭ କରିଥିଲି ସେତେବେଳେ କିଛି ଜାଣିନଥିଲି। ହେଲେ ପରେ ସବୁ କିଛି ଶିଖିଲି। ମୋ ପ୍ରଶିକ୍ଷକମାନେ ମୋତେ କ’ଣ କହୁଛନ୍ତି ତାକୁ ଶୁଣିଲି ଏବଂ ସେହି ଅନୁଯାୟୀ ଲଢିବା ଆରମ୍ଭ କଲି। ସେ ଆହୁରି କହିଛନ୍ତି, ରେକର୍ଡ ସର୍ବଦା ଭାଙ୍ଗିବା ପାଇଁ ହୋଇଥାଏ (ରେକର୍ଡ ତୋ ବନ୍‌ତି ହି ତୁଟ୍‌ନେ କେ ଲିୟେ ହେଁ)। ସେଥିରେ ବିବ୍ରତ ହେବାରେ କିଛି ନାହିଁ ବୋଲି କହିଛନ୍ତି ୨୦୦୮ ବେଜିଂ ଅଲିମ୍ପିକ୍‌ କାଂସ୍ୟ ବିଜେତା ବିଜେନ୍ଦର। କୋଭିଡ୍‌ ମହାମାରୀ କଟକଣା ଏବଂ ପ୍ରତିଯୋଗିତାର ସଂଖ୍ୟା ହ୍ରାସ ପାଇବାକୁ ନେଇ ହତୋତ୍ସାହିତ ପରେ ଲୋପ୍‌ସନଙ୍କ ସହ ବାଉଟ୍‌ ବ୍ୟବସ୍ଥା କରିଥିଲେ। ଏପରିକି ୧୬ ମାସ ପରେ ପ୍ରଥମ ଥର ଲଢ଼ିଥିଲି ଏବଂ ଲୋପ୍‌ସନଙ୍କଠୁ ହାରିଯାଇଥିଲି ବୋଲି ବିଜେନ୍ଦର କହିଛନ୍ତି। ସେତେବେଳେ ମୋର ଟ୍ରେନର ଲି ବର୍ଡ ଅନୁପସ୍ଥିତ ଥିଲେ। କୋଭିଡ୍‌ଜନିତ ଭ୍ରମଣ କଟକଣା‌ ପାଇଁ ବର୍ଡ ଭାରତ ଆସିପାରିନଥିଲେ ବୋଲି ବିଜେନ୍ଦର କହିଛନ୍ତି। ଏବେ କୋଭିଡ୍‌ ସ୍ଥିତି ସୁଧୁରି ଯାଇଥିବାରୁ ପ୍ରସ୍ତୁତି ଜୋର୍‌ଦାର କରି ୧୭ ତାରିଖ ଲଢ଼େଇକୁ ଓହ୍ଲାଇବାକୁ ଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe