ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ତୁଫୈଲ ଶତକରୁ ବଞ୍ଚିତ; ଓଡ଼ିଶା ୩୧୨

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ତୁଫୈଲ ଶତକରୁ ବଞ୍ଚିତ; ଓଡ଼ିଶା ୩୧୨

ଭୁବନେଶ୍ବର: ସୁରତ୍‌ରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସିକ୍କିମ ବିପକ୍ଷ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଓଡ଼ିଶା ଭଲ ସ୍ଥିତି ପାଇଯାଇଛି। ବିଶେଷକରି ଅଲ୍‌ରାଉଣ୍ଡର ସୟଦ୍‌ ତୁଫୈଲ ଅହମ୍ମଦଙ୍କ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଉପଯୋଗୀ ଅବଦାନ ବଳରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଓଡ଼ିଶା ୩୧୨ ରନ୍‌ କରିପାରିଛି।

ତୁଫୈଲ (୯୧ ରନ୍‌, ୯୩ ବଲ୍‌, ୧୩ ଚୌକା, ୧ ଛକା) ମାତ୍ର ୯ ରନ୍‌ ପାଇଁ ଶତକରୁ ବଞ୍ଚିତ ରହିଥିଲା ‌ବେଳେ ରତି ବାରିକ ୪୦, କୁବେର ସାହୁ ୩୯, ପ୍ରିୟାଂଶୁ ମହାନ୍ତି ୩୮, ଅଧିନାୟକ ସମରପ୍ରୀତ୍‌ ପଟେଲ ୩୭ ଏବଂ ଶୁଭାଶିଷ ମଲ୍ଲିକ ୩୩ ରନ୍‌ କରିଥିଲେ। ଓଡ଼ିଶା ପ୍ରଥମ ପାଳି ୯୨.୨ ଓଭରରେ ଶେଷ ହୋଇଯିବା ପରେ ସିକ୍କିମ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ମାତ୍ର ୨ ଓଭର ଖେଳି ୧ ରନ୍‌ କରିଛି। ସିକ୍କିମ ପକ୍ଷରୁ ପ୍ରବୀଣ ଓଡ଼ିଶା ପ୍ରଥମ ପାଳିର ୭ ୱିକେଟ୍‌ ଅକ୍ତିଆର କରି ସଫଳ ବୋଲର ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe