ଚାକିରିରୁ ଇସ୍ତଫା ଦେଇଥିବା ବିନେଶଙ୍କ ଆୟ କେତେ ରହିଛି ଜାଣନ୍ତୁ

କଂଗ୍ରେସରେ ସଦସ୍ୟ ଭାବେ ଯୋଗ ଦେବା ପୂର୍ବରୁ ବିନେଶ ତାଙ୍କ ରେଳ ଚାକିରିରୁ ଇସ୍ତଫା ଦେଇ ଦେଇଛନ୍ତି। ବିନେଶ ଉତ୍ତରରେଲୱେରେ ଓଏସଡିର ପଦରେ କାମ କରୁଥିଲେ। ଏହି ପଦରେ ବିନେଶଙ୍କ ମାସିକ ଦରମା ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। 

୪୫

.
ନୂଆଦିଲ୍ଲୀ: ବିନେଶ ଫୋଗଟ ଶୁକ୍ରବାାର କଂଗ୍ରେସ ପାର୍ଟିରେ ସାମିଲ ହେବାପୂର୍ବରୁ ରେଳ ଚାକିରିରୁ ଇସ୍ତଫା ଦେଇଥିବା କଥାକୁ କୁସ୍ତିଯୋଦ୍ଧା ନିଜେ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି। ବିନେଶ ହରିୟାଣା ନିର୍ବାଚନରେ କଂଗ୍ରେସ ଟିକେଟରେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କେବଳ ବିନେଶ ନୁହନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବି କଂଗ୍ରେସରେ ସାମିଲ ହୋଇଛନ୍ତି। 

କଂଗ୍ରେସରେ ସଦସ୍ୟ ଭାବେ ଯୋଗ ଦେବା ପୂର୍ବରୁ ବିନେଶ ତାଙ୍କ ରେଳ ଚାକିରିରୁ ଇସ୍ତଫା ଦେଇ ଦେଇଛନ୍ତି। ବିନେଶ ଉତ୍ତରରେଲୱେରେ ଓଏସଡିର ପଦରେ କାମ କରୁଥିଲେ। ଏହି ପଦରେ ବିନେଶଙ୍କ ମାସିକ ଦରମା ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। 

ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ କେବଳ ୧୦୦ଗ୍ରାମ ଓଜନ ବୃଦ୍ଧି ହେତୁ ପଦକ ହାତେଇ ପାରି ନଥିଲେ। ଏହାକୁ ନେଇ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥି‌ଲେ। କିନ୍ତୁ ଦେଶକୁ ଫେରିବା ପରେ ଲୋକଙ୍କ ଭଲପାଇବା ଓ ସମର୍ଥନ ଦେଖି ସେ ସେହି ଦୁଃଖକୁ କିଛି ମାତ୍ରାରେ ଭୁଲି ଯାଇଛନ୍ତି।

 ତେବେ ଏହି ଏକ ମାସ ମଧ୍ୟରେ ବିନେଶଙ୍କ ବ୍ରାଣ୍ଡ ଭ୍ୟାଲୁ ବୃଦ୍ଧି ପାଇଛି। କୁସ୍ତିଯୋଦ୍ଧା ପାଖାପାଖି ୧୫ଟି ବ୍ରାଣ୍ଡ ସହିତ କାମ କରିବେ ‌ବୋଲି ସ୍ଥିର ହୋଇଛି। ବିନେଶଙ୍କ ଲୋକପ୍ରିୟା ଏତେ ବଢ଼ି ଯାଇଛି ଯେ କେବଳ ଦେଶ ନୁହେଁ ଦେଶ ବାହାରେ ବି ଏହି କୁସ୍ତିଯୋଦ୍ଧାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ୟାରିସରୁ ଫେରିବା ପରେ ତାଙ୍କୁ ଜମି ସହିତ ନାମୀଦାମୀ ଉପହାର ବି ପ୍ରଦାନ କରାଯାଉଛି। ଏଥିସହିତ ତାଙ୍କ ଏଣ୍ଡୋର୍ସମେଣ୍ଟ ଚାର୍ଜ ୨୫ହଜାରରୁ ବୃଦ୍ଧି ପାଇ ୧କୋଟି ଟଙ୍କା ହୋଇଯାଇଛି। 

ପ୍ରକାଶିତ ରିପୋର୍ଟ ମୁତାବକ, ଇନଷ୍ଟାରେ ଗୋଟିଏ ପୋଷ୍ଟ ବା ରିଲ ପାଇଁ ବିନେଶ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେଇ ଥାଆନ୍ତି। ତାଙ୍କ ପାଖରେ ତିନି ମହଙ୍ଗା ଗାଡ଼ି ରହିଛି। ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଭିନେଶ ଫୋଗେଟ୍ ନାଇକି ସ୍ପୋର୍ଟସ୍ ପୋଷାକ ଏବଂ କଣ୍ଟ୍ରି ଡେଲାଇଟ୍ ଡେୟାରର ବିଜ୍ଞାପନ ଦେଇଥିଲେ। ଏଥିରୁ ସେ ମୋଟାଅଙ୍କର ଅର୍ଥରାଶି ରୋଜଗାର କରିଥିଲେ।  

 ଅଧିକପଢ଼ନ୍ତୁ: ରେଳ ଚାକିରିରୁ ଇସ୍ତଫା ଦେବା ପରେ ଭିନେଶ କହିଲେ ଏଭଳି କଥା..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe