ଆଜିଠାରୁ ୫ବର୍ଷ ଯାଏଁ ଲୋକଙ୍କ ପାଇଁ ମୁଁ ଲଢ଼ିବି

ବିନେଶ ପ୍ୟାରିସ ଅଲିମ୍ପିକ୍ସର ଜର୍ସି ପିନ୍ଧି ବିଧାନସଭାରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ବିନେଶଙ୍କୁ ଯେତେବେଳେ ଏହାର କାରଣ ପଚରାଗଲା ସେ  କହିଥିଲେ, ‘ମୁଁ ଜଣେ ଖେଳାଳି, ତେଣୁ ଖେଳାଳି ଭାବେ ହିଁ ବଞ୍ଚିବାକୁ ଚାହେଁ।

ଅଦ୍ୟତନ ହୋଇଛି
ମକପନଦ


ନୂଆଦିଲ୍ଲୀ:କୁସ୍ତିଯୋଦ୍ଧା ବିନେଶ ଫୋଗାଟ ଶୁକ୍ରବାର ତାଙ୍କ ରାଜନୈତିକ ଜୀବନକୁ ଅଧିକାରିକ ଭାବେ ଆରମ୍ଭ କରିଛନ୍ତି। ବିନେଶ ନିର୍ବାଚନ ପରେ ପ୍ରଥମଥର ବିଧାନସଭାରେ ପହଞ୍ଚିଛନ୍ତି । ଏହି ସମୟରେ ସେ ପିନ୍ଧିଥିବା ପୋଷାକୁ ନେଇ ଲୋକଙ୍କ ଦୃଷ୍ଟିଗୋଚର ହୋଇଥିଲା। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରଚାର ସମୟରେ ବିନେଶ ସଲୱାର ପିନ୍ଧିଥିବା ବେଳେ ଶପଥ ନେବା ସମୟରେ ସେ ପ୍ୟାରସ ଅଲିମ୍ପିକ୍ସର ଜର୍ସି ପନ୍ଧି ଆସିଥିଲେ। ବିନେଶଙ୍କୁ ଏଭଳି ପୋଷାକରେ ଦେଖି  ଲୋକେ ପ୍ରଶ୍ନ କରିଛନ୍ତି ବିନେଶ କୁସ୍ତିଯୋଦ୍ଧାରୁ ବିଦାୟ ନେଇଥିବା ନିଷ୍ପତ୍ତିରୁ କ’ଣ ଓହରି ଯିବେ କି?

କୁହାଯାଏ ବିନେଶ ଫୋଗାଟଙ୍କ ପାଇଁ ପ୍ୟାରିସ ଅଲିମ୍ପିକ୍ସର ମୁହୂର୍ତ୍ତ ଦୁଃଖଦ ଥିଲା। ସେ ଫାଇନାଲକୁ ଯିବା ପୂର୍ବରୁ ହିଁ ଅଯୋଗ୍ୟ ଘୋଷିତ ହୋଇ ଯାଇଥିଲେ। ଯାହାକି ବିନେଶଙ୍କ ସମେତ ତାଙ୍କ ଫ୍ୟାନ୍ସମାନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଏହାପରେ ବିନେଶ ଭାରତ ଫେରିବା ପୂର୍ବରୁ କୁସ୍ତିରୁ ସନ୍ୟାସ ନେଇଥିବାର ଘୋଷଣା କରିଥିଲେ। 

ଏହି କ୍ରମରେ ଦେଖିବାକୁ ଗଲେ ବିନେଶ ପ୍ୟାରିସ ଅଲିମ୍ପିକ୍ସର ଜର୍ସି ପିନ୍ଧି ବିଧାନସଭାରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ବିନେଶଙ୍କୁ ଯେତେବେଳେ ଏହାର କାରଣ ପଚରାଗଲା ସେ  କହିଥିଲେ, ‘ମୁଁ ଜଣେ ଖେଳାଳି, ତେଣୁ ଖେଳାଳି ଭାବେ ହିଁ ବଞ୍ଚିବାକୁ ଚାହେଁ। ଖେଳାଳିଙ୍କ ଭିତରେ ଯେଉଁ ଭାବନା ଥାଏ ସେହି ଭାବନା ନେଇ ଆଜି ମୁଁ ଏଠାକୁ ଆସିଛି। 

ଆଜି ଠାରୁ ମୋର ବାସ୍ତବ ଲଢ଼େଇ ଆରମ୍ଭ ହେବ। ଆଜି ମୁଁ ଏମଏଲଏ ଭାବେ ଶପଥ ନେବି। ଲୋକେ ଆଜି ମୋତେ ଏହି ଦାୟିତ୍ବ ଦେଇଛନ୍ତି। ମୁଁ କହିଥିଲି ଯେଉଁଦିନ ମୁଁ ସଂସଦରେ ପାଦ ରଖିବି ସେହିଦିନ ମୋର ଅସଲ ଲଢ଼େଇ ଆରମ୍ଭ ହେବ। ବର୍ତ୍ତମାନ ଠାରୁ ୫ବର୍ଷ ଯାଏଁ ମୁଁ ବିଧାନସଭାରେ ଲୋକଙ୍କ ପାଇଁ ଲଢ଼େଇ କରିବି।’

ନିର୍ବାଚନ ପ୍ରଚାର ସମୟରେ ବିନେଶ ୨୦୩୨ରେ ଅଲିମ୍ପିକ୍ସ ଖେଳିବାକୁ ଇଚ୍ଛା ରଖିଥିବା କହିଥିଲେ। ବିନେଶ ନିଜକୁ ଜଣେ ଖେଳାଳି ବୋଲି ବିଧାନସଭାରେ କହିବାପରେ ଲୋକେ ଆଶା କରୁଛନ୍ତି କି ବିନେଶ ପୁଣିଥରେ କୁସ୍ତିଯୋଦ୍ଧ କ୍ଷେତ୍ରକୁ ଫେରିବେ କି? ସେ ତାଙ୍କ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇ ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe