କୁସ୍ତିରୁ ପଦକ ଆଶା, ୟୁକ୍ରେନର ଲିବାଚଙ୍କୁ ହରାଇ ସେମିରେ ପହଞ୍ଚିଲେ ଭିନେଶ

କୁସ୍ତିରୁ ପଦକ ଆଶା, ୟୁକ୍ରେନର ଲିବାଚଙ୍କୁ ହରାଇ ସେମିରେ ପହଞ୍ଚିଲେ ଭିନେଶ

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସର ମହିଳା କୁସ୍ତିର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଭିନେଶ ଫୋଗଟ୍ । କ୍ବାର୍ଟରଫାଇନାଲରେ ସେ ୟୁକ୍ରେନର ଓକସାନା ଲିବାଚଙ୍କୁ ୭-୫ରେ ପରାସ୍ତ କରିଛନ୍ତି । ଭିନେଶଙ୍କ ସେମିଫାଇନାଲ ଆଜି ରାତି ସାଢେ ୧୦ଟା ସମୟରେ ଖେଳାଯିବ ।

ମ୍ୟାଚ୍ ଆରମ୍ଭରୁ ହିଁ ଭିନେଶ ଓକସାନାଙ୍କୁ ପଛରେ ପକାଇ ଦେଇଥିଲେ। ପ୍ରାରମ୍ଭରେ ଭିନେଶ ୪ ପଏଣ୍ଟ ହାସଲ କରିଥିଲେ। ଏହାପରେ ସେ ନିଜର ପଏଣ୍ଟ ନେବା ଜାରି ରଖିଥିଲେ। ଶେଷ ବେଳକୁ ଲିଓ୍ବାଚ୍ ଉଦ୍ୟମ କରିଥିଲେ ବି ଭିନେଶଙ୍କୁ ଟପିପାରିନଥିଲେ । ଏହା ପୂର୍ବରୁ ସେ ଜାପାନର ଯୁବି ସୁସାକିଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭିନେଶ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ହୋଇଛନ୍ତି। ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ସେ ଅନେକ ପଦକ ଜିତିଛନ୍ତି। ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ତାଙ୍କର ବର୍ତ୍ତମାନର ଫର୍ମକୁ ଦେଖିଲେ ସେ ପଦକ ଜିତିବା ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe