ବେଲ୍ଗ୍ରେଡ୍: ତିନିଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ଭିନେଶ ଫୋଗତ ଏଠାରେ ଚାଲିଥିବା କୁସ୍ତି ବିଶ୍ବ ଚାମ୍ପିଅନ୍ସିପ୍ରେ କାଂସ୍ୟ ପଦକ ଜିତିଛନ୍ତି। ବୁଧବାର ୫୩ କେଜି ଫ୍ରିଷ୍ଟାଇଲ୍ ବର୍ଗ କାଂସ୍ୟ ମୁକାବିଲାରେ ଦଶମ ମାନ୍ୟତାପ୍ରାପ୍ତ ଭିନେଶ ୮-୦ରେ ୟୁରୋପୀୟ ବିଜୟିନୀ ସ୍ବିଡେନ୍ର ଈମା ମାଲମଗ୍ରେନ୍ଙ୍କୁ ପରାସ୍ତ କରିଥିଲେ। ଏହା ଭିନେଶଙ୍କ ଦ୍ବିତୀୟ ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ପଦକ। ଏହା ମଧ୍ୟ ଚଳିତ ପ୍ରତିଯୋଗିତାରେ ଭାରତର ପ୍ରଥମ ପଦକ।
କୁସ୍ତି ବିଶ୍ବ ଚାମ୍ପିଅନ୍ସିପ୍ରେ କାଂସ୍ୟ ଜିତିଲେ ଭିନେଶ
Advertisment
Follow Us