ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତାରକା ବ୍ୟାଟର୍ ତଥା ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ପିଲାଦିନର ପରମ ବନ୍ଧୁ ବିନୋଦ କାମ୍ବଲି ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଚିକିତ୍ସା ସହ ଘରର ଭଡ଼ା ଦେବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ। କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ଆଗରେ ହାତ ପତାଇବାକୁ ପଡ଼ିିଥିଲା। ଏସବୁ ଦେଖିବା ପରେ ଏବେ ଲୋକଙ୍କୁ ଭାବି ଚିନ୍ତି ଆୟ କରୁଥିବା ଟଙ୍କା ଖର୍ଚ୍ଚ କରିବାକୁ ଉପଦେଶ ଦେଇଛନ୍ତି ଅଲିମ୍ପିକ ବିଜେତା ତଥା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ।
ସେ କହିଛନ୍ତି ଯେ, "ମୁଁ ବିନୋଦ କାମ୍ବଲିଙ୍କ ଭିଡିଓ ଦେଖିଛି। ଆପଣ ବହୁତ ଚତୁରତାର ସହିତ ଟଙ୍କା ଖର୍ଚ୍ଚ କରିବା ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ଏପରି ଏକ ଉପାୟରେ ନିବେଶ କରିବାକୁ ପଡିବ ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଉପଯୋଗୀ ହେବ। ସେଥିପାଇଁ ମୁଁ କହୁଛି ଯେ ଆପଣଙ୍କୁ ନିବେଶ କରିବାକୁ ପଡିବ ଏବଂ ଆପଣଙ୍କ ଟଙ୍କାର ସଠିକ୍ ବ୍ୟବହାର କରିବାକୁ ହେବ। ଅଯଥା ଖର୍ଚ୍ଚରୁ ବଞ୍ଚିବାକୁ ମୁଁ ସମସ୍ତଙ୍କୁ କହିବି।"
ସେ ଆହୁରି କହିଛନ୍ତି ଯେ, ଜଣେ ବଡ଼ ଖେଳାଳି ହେବା ପରେ ଆପଣଙ୍କ ପାଖକୁ ବହୁତ ଟଙ୍କା ଆସେ। ଏହାକୁ କିପରି ସଠିକ ବାଟରେ ଆପଣ ଖର୍ଚ୍ଚ କରିବେ, ତାହା ସବୁଠୁ ଜରୁରୀ। ମୋ ପାଖକୁ ଆସୁଥିବା ସବୁ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେବ ତାହା ମୋ ପାତାପିତା ବୁଝନ୍ତି। ମୋ ସ୍ୱାମୀ ମୋ ନିବେଶ କଥା ବୁଝନ୍ତି। ଏପର୍ଯ୍ୟନ୍ତ, ମୁଁ କୌଣସି ଆର୍ଥିକ ସଂଘର୍ଷ ଦେଖି ନାହିଁ ଏବଂ ମୁଁ ଏଥିପାଇଁ କୃତଜ୍ଞ।"
Follow Us