Indore: Indian cricket captain Virat Kohli gestures during a press conference on the eve of first Test match against Bangladesh, in Indore, Wednesday, Nov 13, 2019. PTI Photo/Kamal Kishore) (PTI11_13_2019_000038B)
ୱେଲିଂଟନ୍: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବେଳା ପ୍ରାୟତଃ ଭଲ ନାହିଁ। ତାଙ୍କର ବିଫଳତା ଧାରା ଲମ୍ବି ଚାଲିଛି। ୨୦୧୮ ପର୍ଥରେ ୧୨୩ ରନ୍ ଗତ ଦୁଇ ବର୍ଷ ମଧ୍ୟରେ ବିଦେଶରେ କୋହଲିଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଯାଇଛି। ଏପରିକି ଇଂଲଣ୍ଡ ଗସ୍ତଠାରୁ ଏମଧ୍ୟରେ ୭ ଟେଷ୍ଟ୍ ଖେଳିଥିବା କୋହଲି ୩୩ ହାରରେ ୪୩୯ ରନ୍ କରିପାରିଛନ୍ତି। ଯେଉଥିରେ ଗୋଟିଏ ଶତକ ଓ ୩ ଅର୍ଧଶତକ ସାମିଲ ରହିଛି। ଏକମାତ୍ର ଶତକ ୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ପାଇଥିଲେ। ୨୦୧୮ ଇଂଲଣ୍ଡ ଗସ୍ତରେ କୋହଲି ମୋଟ ୫୯୩ ରନ୍ କରିଥିଲେ। ହେଲେ ସେବେଠାରୁ ବିଦେଶରେ ସଂଘର୍ଷ ଜାରି ରଖିଛନ୍ତି।
କିନ୍ତୁ ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ କୋହଲିଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଛି। ନ୍ୟୁଜିଲାଣ୍ଡର ତିନି ଦ୍ରୁତ ବୋଲର ଟିମ୍ ସାଉଦି, ଟ୍ରେଣ୍ଟ୍ ବୋଲ୍ଟ ଓ ଯୁବ ତାରକା କାଇଲ ଜାମିସନ୍ ହିଁ କୋହଲିଙ୍କୁ ବାନ୍ଧି ରଖିଛନ୍ତି। ଏହି ଗସ୍ତରେ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ପରେ ପ୍ରଥମ ଟେଷ୍ଟ୍ରେ ବି କୋହଲି ଚମକ ଛାଡ଼ିପାରିନାହାନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ କୋହଲି ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଯଥାକ୍ରମେ ୪୫, ୧୧, ୩୮ ଓ ୧୧ ରନ୍ କରିଥିଲା ବେଳେ ଦିନିକିଆ ଶୃଙ୍ଖଳାରେ ୫୧, ୧୫ ଓ ୯ ରନ୍ କରିଥିଲେ। ଏହାପରେ ଚଳିତ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ୨ ରନ୍ କରିଥିବା କୋହଲି ରବିବାର ଦ୍ବିତୀୟ ପାଳିରେ ୧୯ ରନ୍ରେ ଆଉଟ୍ ହୋଇ ନିରାଶ କରିଛନ୍ତି। ଫଳରେ ଏହି ଗସ୍ତରେ ଏପର୍ଯ୍ୟନ୍ତ ୯ ପାଳି ଖେଳିସାରିଥିବା କୋହଲି ମାତ୍ର ଗୋଟିଏ ଅର୍ଧଶତକ ଜମାଇପାରିଥିଲା ବେଳେ କରିଛନ୍ତି ୨୦୧ ରନ୍। ଯାହାକି ୨୦୧୪ ଇଂଲଣ୍ଡ ଗସ୍ତ ପରଠାରୁ କୋହଲିଙ୍କ ଜୀବନର ସବୁଠୁ ଖରାପ ପ୍ରଦର୍ଶନ ହୋଇଛି।
Follow Us