ଧୋନିଙ୍କ ଜନ୍ମଦିନ ଉତ୍ସବରେ ନଜର ଆସିଲେ ଲଭବାର୍ଡ ବିରାଟ-ଅନୁଷ୍କା

Advertisment
ଧୋନିଙ୍କ ଜନ୍ମଦିନ ଉତ୍ସବରେ ନଜର ଆସିଲେ ଲଭବାର୍ଡ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ନିଜର ୩୭ ତମ ଜନ୍ମଦିବସ ପାଳନ କରିଛନ୍ତି। ଧୋନି ନିଜର କ୍ରିକେଟ୍‌ର ବନ୍ଧୁଙ୍କ ସହ ଇଂଲଣ୍ଡରେ ଅଛନ୍ତି। ସେ ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ଇଂଲଣ୍ଡରେ ହିଁ ନିଜର ଜନ୍ମଦିବସ ପାଳନ କରିଥିବା ଜାଣିବାକୁ ମିଳିଛି। ତାଙ୍କ ଜନ୍ମଦିନ ଉତ୍ସବରେ ପହଞ୍ଚିଛନ୍ତି କ୍ରିକେଟ ତାରକା ତଥା ଭାରତୀୟ କିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା।

publive-image

ବିରୁଷ୍କାଙ୍କ ଫ୍ୟାନ୍‌ ପେଜ୍‌ରେ ଧୋନିଙ୍କ ଜନ୍ମଦିନ ଉତ୍ସବର ଗୁଡ଼ାଏ ଫଟୋ ଅପ୍‌ଲୋଡ ହୋଇଛି। ଫଟୋରେ ଦେଖିବାକୁ ମିଳିଛି ଯେ ଧୋନି କେକ୍‌ କାଟୁଥିବା ସମୟରେ ବିରାଟ ଓ ଅନୁଷ୍କା ଏକଦମ୍‌ ସାମ୍ନାରେ ଠିଆ ହୋଇଛନ୍ତି। ଅନୁଷ୍କା ଫଟୋରେ ସେତେ ଖୁସି ଥିବାର ନଜର ଆସୁନାହାନ୍ତି। ଏହାକୁ ନେଇ ଫ୍ୟାନ୍‌ ଟ୍ରୋଲ୍‌ କରିଛନ୍ତି ଯେ ସେ ଧୋନିଙ୍କ ଜନ୍ମଦିନ ଉତ୍ସବର ଖୁସିରେ ସାମିଲ୍‌ ହେବାକୁ ନୁହେଁ, ବରଂ ନିଜ ସ୍ୱାମୀ ବିରାଟଙ୍କୁ ଖୁସି କରିବାକୁ ସେଠାରେ ଉପସ୍ଥିିତ ହୋଇଛନ୍ତି ଅନୁଷ୍କା ଶର୍ମା।

ଉଲ୍ଲେଖଯୋଗ୍ୟ, ନିଜର ବିଗ୍‌ ପ୍ରୋଜେକ୍ଟ ଚଳଚ୍ଚିତ୍ର ‘ସୁଇ ଧାଗା’ ଓ ‘ଜିରୋ’ର ସୁଟିଂ ସାରିବା ପରେ ଅନୁଷ୍କା ୨ ଦିନ ତଳେ ଇଂଲଣ୍ଡରେ ପହଞ୍ଚିଛନ୍ତି। ବିରାଟ କୋହଲି ୩ ମାସ ପାଇଁ ଲମ୍ବା ଗସ୍ତରେ ଇଂଲଣ୍ଡ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe