ଆଗାମୀ ଡିସେମ୍ବରରେ ବିବାହ କରିବେ ବିରାଟ-ଅନୁଷ୍କା!

Advertisment
ଆଗାମୀ ଡିସେମ୍ବରରେ ବିବାହ କରିବେ ବିରାଟ-ଅନୁଷ୍କା!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଦୀର୍ଘ ଦିନ ଧରି ସଂପର୍କରେ ଥିବା ତାଙ୍କ ପ୍ରେମିକା ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ଚଳିତବର୍ଷ ଡିସେମ୍ବରରେ ବିବାହ ହୋଇପାରେ ବୋଲି ଆଶା କରାଯାଉଛି। ଡିସେମ୍ବରରେ କୋହଲି କିଛି ଦିନ ପାଇଁ ବିସିସିଆଇ ନିକଟରେ ଛୁଟି ମାଗିବା ପରେ ଏପରି ଚର୍ଚ୍ଚା ହୋଇଛି। ଏକ ବିଜ୍ଞାପନରେ ଭାରତୀୟ ପୋଷାକ ପରିଧାନ କରି ଏକତ୍ର ନଜର ଆସିବା ପରେ ଏହି ଦମ୍ପତି ଏବେ ବେଶ୍‌ ଚର୍ଚ୍ଚାରେ।

publive-image

ସୂଚନାଯୋଗ୍ୟ, ବାସ୍ତବରେ ଯଦି କୋହଲି ଡିସେମ୍ବରରେ ଛୁଟିରେ ରହନ୍ତି ତେବେ ଓଡିଆଇ, ଟି୨୦ ଏବଂ ଶ୍ରୀଲଙ୍କା ବିପକ୍ଷରେ ଥିବା ଟେଷ୍ଟ୍‍ ସିରିଜ୍‌ ଖେଳିବାରୁ ବଞ୍ଚିତ ହେବେ। କୋହଲି ଏବେ ଏକ କପଡ଼ା ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସଡର। ବର୍ତ୍ତମାନ ସେ ନ୍ୟୁଜଲାଣ୍ଡ୍‌ ବିପକ୍ଷରେ ଚାଲିଥିବା ଓଡିଆଇ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଦଳନ ନେତୃତ୍ୱ ନେଉଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe