ଆଇନଗତ ଅଡୁଆରେ ବିରୁଷ୍କା, ଆଉ ଥରେ ବିବାହ କରିବାକୁ ପଡ଼ିପାରେ !

ଆଇନଗତ ଅଡୁଆରେ ବିରୁଷ୍କା, ଆଉ ଥରେ ବିବାହ କରିବାକୁ ପଡ଼ିପାରେ !

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ଡିସେମ୍ବର ୧୩ରେ ଇଟାଲିର ଟସ୍କନି ସହରସ୍ଥିତ ବୋରଗୋ ଫିନୋସିଏତୋ ରିସର୍ଟରେ ବିବାହ କରିଥିଲେ। ବିରୁଷ୍କାଙ୍କ ବିବାହ ଏତେ ଗୋପନୀୟ ଥିଲା ଯେ ଏ ସମ୍ପର୍କରେ ତାଙ୍କର କେତେଜଣ ବନ୍ଧୁଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଜାଣି ନଥିଲେ।

publive-image

ନିକଟରେ ବିରୁଷ୍କାଙ୍କୁ ନେଇ ଏକ ଖବର ପ୍ରକାଶ ପାଇଛି, କି ଦୁହେଁ ବିବାହ ସମୟରେ  ଗୋଟିଏ ଆଇନଗତ ଭୁଲ କରିଥିବାରୁ ଆଉ ଥରେ  ସେମାନଙ୍କୁ ବିବାହ କରିବାକୁ ପଡ଼ିପାରେ। ଏ ଦୁହେଁ ଇଟାଲିରେ ବିବାହ କରିଥିଲେ ହେଁ ରୋମସ୍ଥିତ ଭାରତୀୟ ଦୂତାବାସଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ। ତେବେ ଅସବୁିଧାଟି ହେଉଛି, ଏହାକୁ ନେଇ ଦୁହିଁଙ୍କ ବିବାହ ପଞ୍ଜିକରଣରେ ଅସୁବିଧା ସୃଷ୍ଟି ହୋଇପାରେ।

publive-image

ପଞ୍ଜାବ-ହରିୟାଣା ହାଇକୋର୍ଟର ଆଇନଜୀବୀ ତଥା ଆମ୍ବଲା ନିବାସୀ ହେମନ୍ତ କୁମାରଙ୍କ ପକ୍ଷରୁ ବିଦେଶ ମନ୍ତ୍ରାଳୟକୁ ଡିସେମ୍ବର ୧୩ରେ ଆରଟିଆଇ ଜରିଅାରେ ଏ ସଂପର୍କିତ ତଥ୍ୟ ମଗା ଯାଇଥିଲା। ଏହାର ଉତ୍ତରରେ ରୋମସ୍ଥିତ ଭାରତୀୟ ଦୂତାବାସ ଜାନୁଆରି ୪ରେ ଜବାବ ଦେଇ କହିଛନ୍ତି, ବିରାଟ ଓ ଅନୁଷ୍କା ନିୟମାନୁସାରେ ନିଜର ବିବାହ ସମ୍ପର୍କରେ ଇଟାଲୀସ୍ଥିତ ଭାରତୀୟ ଦୂତାବାସର ମ୍ୟାରେଜ ଅଫିସରଙ୍କୁ ଏ ସମ୍ପର୍କରେ ସୂଚନା .ଦେବା କଥା, କିନ୍ତୁ ବିରୁଷ୍କାଙ୍କ ପକ୍ଷରୁ ସୂଚନା ଦିଅାଯାଇ ନ ଥିଲା। publive-image

ପଞ୍ଜାବ-ହରିୟାଣା ହାଇକୋର୍ଟର ଆଇନଜୀବୀ ହେମନ୍ତ କୁମାର କହନ୍ତି, ‘ନିୟମ ଅନୁସାରେ କୌଣସି ଭାରତୀୟ ଯଦି ବିବାହ ଅନ୍ୟ କୌଣସି ଦେଶରେ କରନ୍ତି ତେବେ ବିଦେଶ ବିବାହ ଅଧିନିୟମ-୧୯୬୯ ଆଧାରରେ ପଞ୍ଜିକରଣ କରିବାକୁ ହୋଇଥାଏ। କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ଏହି ବିବାହ ଅଧିନୟମ ଆଧାରରେ ହୋଇ ନାହିଁ। ଏମିତିରେ ଦେଶର ଯେଉଁ ରାଜ୍ୟରେ ବିରୁଷ୍କା ରହିବେ, ସେମାନଙ୍କୁ ସେହି ରାଜ୍ୟର ନିୟମାନୁସାରେ ବିବାହ ପଞ୍ଜିକରଣ କରିବା ପାଇଁ ପୁଣିଥରେ ବିବାହ କରିବାକୁ ପଡ଼ି ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe