ଲଣ୍ଡନ ପହଞ୍ଚି କଫି-ଟେବୁଲ୍‌ରେ ବିରୁଷ୍କା : ଭାଇରାଲ୍‌ ହେଉଛି ପ୍ରଶଂସକଙ୍କ ସହ ଏହି ଫଟୋ

Advertisment
ଲଣ୍ଡନ ପହଞ୍ଚି କଫି-ଟେବୁଲ୍‌ରେ ବିରୁଷ୍କା : ଭାଇରାଲ୍‌ ହେଉଛି ପ୍ରଶଂସକଙ୍କ ସହ ଏହି ଫଟୋ

ଲଣ୍ଡନ: ସେଲିବ୍ରିଟି ଦମ୍ପତି ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବୈବାହିକ ଜୀବନ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା। ଭଲପାଇବା ଦିନରୁ ନେଇ ବିବାହ ଓ ପିଲା ହେବା ପରେ ମଧ୍ୟ ଏହି ଯୋଡିଙ୍କର ପରସ୍ପରଙ୍କ ପ୍ରତି ସ୍ନେହ ଓ ଆକର୍ଷଣ ସେହିପରି ଅତୁଟ ରହିଛି।

ସେଲିବ୍ରିଟି ଦମ୍ପତି ବିରୁଷ୍କାଙ୍କୁ ଅନେକ ସମୟରେ ଅନେକ ସ୍ଥାନକୁ ଭ୍ରମଣ କରୁଥିବାର ଦେଖିବାକୁ ମିଳିଥିବା ବେଳେ ନିକଟରେ ଲଣ୍ଡନରେ ଦେଖିବାକୁ ମିଳିଛି। ସେମାନଙ୍କର ଏକ ‘ଲଣ୍ଡନ୍‌ ଡେଟ୍’ର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ନିକଟରେ ବିରାଟ ଏବଂ ଅନୁଷ୍କା ଲଣ୍ଡନରେ କଫି ଡେଟ୍‌ ଉପଭୋଗ କରୁଥିବାର ନଜର ଆସିଛନ୍ତି ଏବଂ ଏହି ଯୋଡିଙ୍କ ଅନେକ ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଭାଇରାଲ୍‌ ଫଟୋରେ ବିରୁଷ୍କା ଫଟୋ ପୋଜ୍‌ ଦେଇ ସାମ୍ନାକୁ ଚାହିଁ ବସିଛନ୍ତି। କେହି ଜଣେ ପ୍ରଶଂସକ ତାଙ୍କୁ ଫଟୋ ପାଇଁ ପୋଜ୍‌ ଦେବାକୁ କହିବା ପରେ ସେମାନେ ଏପରି ବସିଛନ୍ତି। ସେମାନଙ୍କ କଡ଼ରେ ଉକ୍ତ ମହିଳା ପ୍ରଶଂସକ ଜଣଙ୍କୁ ମଧ୍ୟ ଏକ ଫଟୋରେ ଦେଖିବାକୁ ମିଳିଛି।

ବିରାଟ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ପ୍ରସ୍ତୁତ ହେଉଛନ୍ତି। ଟେଷ୍ଟ କ୍ରିକେଟରେ ବିରାଟ କୋହଲି ୧୮୩ ଇନିଂସରେ ୮୪୧୬ ରନ୍ କରିଛନ୍ତି। ସେ ୨୦୧୯ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ସ୍କୋର ୨୫୪ କରିଥିଲେ। ଉଭୟ ବିରାଟ ଓ ଅନୁଷ୍କା ସାଥୀରେ ବେଶ୍‌ ଚମତ୍କାର ଦିଶୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe