ଆଇପିଏଲ ମ୍ୟାଚ ମଝିରେ ଗର୍ଭବତୀ ପତ୍ନୀ ଅନୁଷ୍କାଙ୍କ ବିରାଟ ନେଲେ ଏଭଳି ଯତ୍ନ: ଭିଡିଓ କ୍ଲିପ ହେଲା ଭାଇରାଲ

Advertisment
ଆଇପିଏଲ ମ୍ୟାଚ ମଝିରେ ଗର୍ଭବତୀ ପତ୍ନୀ ଅନୁଷ୍କାଙ୍କ ବିରାଟ ନେଲେ ଏଭଳି ଯତ୍ନ: ଭିଡିଓ କ୍ଲିପ ହେଲା ଭାଇରାଲ

ନୂଆଦିଲ୍ଲ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲରେ କ୍ରମାଗତ ଦୁଇଟି ମ୍ୟାଚ୍ ହାରିସାରିଲାଣି। ରବିବାର ମ୍ୟାଚ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ଚେନ୍ନାଇ ସୁପର କିଙ୍ଗସର ଥିଲା । ଏହି ମ୍ୟାଚକୁ ଅତି ସହଜରେ ସିଏସକେ ହାତେଇ ନେଇଥିଲା।
ମ୍ୟାଚ ଚାଲିଥିବା ସମୟରେ ବିରାଟ ଏମିତି କିଛି କାମ କରିଛନ୍ତି ଯାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିବା ସହିତ ବେଶ ପ୍ରଶଂସା ବି କରାଯାଉଛି। ଏବେ ଅନୁଷ୍କା ଗର୍ଭବତୀ ଅଛନ୍ତି। ସେ ଦୁବାଇରେ ରହି ବିରାଟଙ୍କୁ ଆଇପିଏଲ ମ୍ୟାଚରେ ସପୋର୍ଟ କରୁଛନ୍ତି। ପ୍ରତିଟି ମ୍ୟାଚରେ ସେ ବିରାଟଙ୍କୁ ସମର୍ଥନ କରୁଥିବା ଦେଖାଦେଇଛି।

ମ୍ୟାଚ୍ ମଝିରେ ବିରାଟ ଖୁବ ସୁନ୍ଦର ଶୈଳୀରେ ଗର୍ଭବତୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ଯତ୍ନ ନେଉଥିବା ଦେଖିବାକୁ ମିଳିଛି। ପଡ଼ିଆ ମଝିରେ ବିରାଟ ଛିଡ଼ା ହୋଇଥିବା ବେ‌ଳେ ଅନୁଷ୍କାଙ୍କ ସହ ଇସାରା ଇସାରାରେ କଥା ହୋଇଥିଲେ। ବିରାଟଙ୍କ ଏହି ଇସାରାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି କି ସେ ଅନୁଷ୍କାଙ୍କୁ ଖାଇଛନ୍ତି କି ନାହିଁ ତାହା ପଚାରୁଛନ୍ତି।

IPL 2020: मैच के बीच विराट कोहली ने अनुष्का से इशारों में पूछा- 'खाना खाया', एक्ट्रेस ने दिया ऐसा जवाब - देखें Video

ସ୍ବାମୀ ବିରାଟଙ୍କ ଏହି ପ୍ରଶ୍ନର ଉତ୍ତରକୁ ଅନୁଷ୍କା ବେଶ ସୁନ୍ଦର ଭାବେ ବୁଝାଇ ଦେଇଥିଲେ। ଖେଳ ପଡିଆ ମଝିରୁ ବିରାଟଙ୍କ ଅନୁଷ୍କାଙ୍କ ପ୍ରତି ଥିବା ଏହି ଭଲ ପାଇବାର ଛୋଟ ଭିଡିଓ କ୍ଲିପ ସୋସିଆଲ ମିଡ଼ିଆରେ ଭଇରାଲ ହେବା‌ରେ ଲାଗିଛି।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ବିରାଟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ସହ ଛିଡ଼ା ହୋଇଥିଲେ। ବିରାଟଙ୍କ ନଜର ହଠାତ ଅନୁଷ୍କାଙ୍କ ଉପ‌ରେ ପଡ଼ିଥିଲା । ଏହାପରେ ସେ ସଙ୍ଗେସଙ୍ଗେ ତାଙ୍କୁ ଖାଇଛ କି ନାହିଁ ଇସାରାରେ ପଚାରିଥିଲେ। ଅନୁଷ୍କାଙ୍କ ଉତ୍ତରରେ ବିରାଟ ହସି ଦେଇଥିବା  ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe