ବିରାଟଙ୍କ ବ୍ୟାଟିଂରେ ଷ୍ଟାଡିୟମର ଡ୍ରେସିଂ ରୁମ୍‌ର କାନ୍ଥ ହୋଇଗଲା କଣା

ଅଭ୍ୟାସ ସମୟରେ ବିରାଟ କୋହଲିଙ୍କ ବ୍ୟାଟିଂରେ ବଲ ଯାଇ ଷ୍ଟାଡିୟମର ଡ୍ରେସିଂ ରୁମ କାନ୍ଥରେ ବାଜି ହୋଇଗଲା କଣା। ଭିଡିଓ ଭାଇରାଲ ପରେ ଖେଳପ୍ରେମୀ ଦେଉଛନ୍ତି ମଜାଳିଆ ପ୍ରତିକ୍ରିୟା।

୭୮୯୦

ନୂଆଦିଲ୍ଲୀ:  ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ୨ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଭାରତୀୟ ଦଳ ଅଭ୍ୟାସ ଜାରି ରଖିଛନ୍ତି । ଏହି ଅଭ୍ୟାସ ସମୟରେ ବିରାଟ କୋହଲିଙ୍କ ବ୍ୟାଟିଂରେ ବଲ ଯାଇ ଷ୍ଟାଡିୟମର ଡ୍ରେସିଂ ରୁମରେ ବାଜିଥିଲା। ଏହି ଆଘାତରେ ଡ୍ରେସିଂ ରୁମ୍‌ର କାନ୍ଥ କଣା ହୋଇଯାଇଥିଲା । ଏହାର ଏକ ଭିଡିଓ ‌ସୋସିଆଲ ମିଡିଆରେ ସେୟାର ହେବାପରେ ଭାଇରାଲ ହୋଇଯାଇଛି।କୋହଲିଙ୍କ ଏହି ଭାଇରଲ ଭିଡିଓଟିକୁ ଜଣେ ପ୍ରଶଂସକ ସେୟାର କରି ଲେଖିଛନ୍ତି, 'କୋହଲି କାନ୍ଥ ଭାଙ୍ଗିଦେଲେ' ।

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରାକଟିସ ସମୟରେ କୋହଲିଙ୍କୁ ତାଙ୍କ ଫ୍ୟାନ୍ସମାନେ ଭେଟିବାକୁ ଆସିଥିଲେ । କୋହଲି ସେମାନଙ୍କ ସହ ଫଟୋ ଉଠାଇଥିଲେ ଓ ଅଟୋଗ୍ରାଫ ମଧ୍ୟ ଦେଇଥିଲେ । କୋହଲିଙ୍କ ଠାରୁ ଅଟୋଗ୍ରାଫ ପାଇ ଫ୍ୟାନ୍ସମାନେ ଖୁବ ଖୁସି ହୋଇ ଘରକୁ ଫେରିଥିଲେ।

ସେପ୍ଟେମ୍ବର ୧୯ ରୁ ୨୩ ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ଏହାପରେ ୨୭ ସେପ୍ଟେମ୍ବରରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ସିରିଜ ପାଇଁ ବିସିସିଆଇ ୧୬ ଜଣିଆ ଦଳ ମଧ୍ୟ ଘୋଷଣା କରିଛି । ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଏବେ ବାଂଲାଦେଶ ବିପକ୍ଷ ସିରିଜରେ ଭାରତ ମ୍ୟାଚରେ ବିରାଟ ଭଲ ପ୍ରଦର୍ଶନ କରିବା ନେଇ ଫ୍ୟାନ୍ସ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe