ଭାରତୀୟ ଦଳକୁ ଜଣାଇଲେ ଶୁଭେଚ୍ଛା; ଧରିଲେ ନାହିଁ ପ୍ରଶିକ୍ଷକ ଓ ଅଧିନାୟକଙ୍କ ନାମ

କୋହଲିଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ଭାଇ ତୁମେ ଶୁଭମନ ଗିଲଙ୍କ ଅଧିନାୟକତ୍ୱ ପାଇଁ ପ୍ରଶଂସା କରିବାକୁ ଭୁଲିଗଲ କି।"

New Project (25)

ଲଣ୍ଡନ : କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୬ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଭାରତର ଏହି ରୋମାଞ୍ଚକର ଖେଳ ପ୍ରଦର୍ଶନକୁ ଦେଖି କ୍ରିକେଟ୍ ପ୍ରେମୀଙ୍କଠାରୁ ଆରମ୍ଭ କ୍ରିକେଟର ବଡ଼ବଡ଼ଷ୍ଟାରମାନେ ଶୁଭମନ ଗିଲ୍ ଏବଂ ତାଙ୍କ ଖେଳାଳିଙ୍କୁ ଖୁବ ପ୍ରଶଂସା କରୁଛନ୍ତି।

ଏହି କ୍ରମରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଭାରତୀୟ ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିରାଟଙ୍କ ଏହି ଶୁଭେଚ୍ଛା ବାର୍ତ୍ତାକୁ ନେଇ ଆଲୋଚନା ଓ ସମାଲୋଚଚନା ଆରମ୍ଭ ହୋଇଯାଇଛି। କାରଣ କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ପ‌ରେ ବିରାଟ ଶୁଭେଚ୍ଛା ଜଣାଇଛନ୍ତି ସତ କିନ୍ତୁ ସେ ଏହି ସମୟରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁଭମନ ଗିଲଙ୍କ ନାମ ‌ନେଇ ନଥିଲେ।

ବିରାଟ କୋହଲି ସୋସିଆଲ ମିଡିଆରେ ଭାରତୀୟ ଦଳର ଚମତ୍କାର ବିଜୟକୁ ନେଇ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଟିମ୍ ଇଣ୍ଡିଆର ମହାନ ବିଜୟ। ସିରାଜ ଏବଂ ପ୍ରସିଦ୍ଧଙ୍କ ଦୃଢ଼ତା ଏବଂ ଦୃଢ଼ ନିଷ୍ପତ୍ତି ଆମକୁ ଏହି ମହାନ ବିଜୟ ଦେଇଛି। ସିରାଜଙ୍କୁ ବିଶେଷ ଭାବରେ ଉଲ୍ଲେଖ କରିବାକୁ ପଡିବ, ଯିଏକି ଦଳ ପାଇଁ ସବୁକିଛି ବାଜି ଲଗାଇ ଦେବେ। ମୁଁ ଦଳର ପ୍ରତିଟି ସଦସ୍ୟକୁ ନେଇ  ବହୁତ ଖୁସି।'

କୋହଲିଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ଭାଇ ତୁମେ ଶୁଭମନ ଗିଲଙ୍କ ଅଧିନାୟକତ୍ୱ ପାଇଁ ପ୍ରଶଂସା କରିବାକୁ ଭୁଲିଗଲ କି।"
 

ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ତୁମେ ଗିଲ ଏବଂ ଗୌତମ ଗମ୍ଭୀରଙ୍କ କଥା କହିବାକୁ ଭୁଲିଗଲ, ତୁମଠାରୁ ଏହା ଆଶା କରାଯାଇ ନଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe