କୋହଲିଙ୍କ ଆଉ ଏକ ବିରାଟ ରେକର୍ଡ: ପଛରେ ପଡ଼ିଲେ ଦ୍ରାବିଡ଼ ଓ ଆଝାରୁଦ୍ଦିନ

Advertisment

ଦକ୍ଷିଣ ଆଫ୍ରିକା ଗସ୍ତରେ ଏପର୍ଯ୍ୟନ୍ତ ସଂଗ୍ରହ କରିଛନ୍ତି ୬୭୯ ରନ୍‌

ଦକ୍ଷିଣ ଆଫ୍ରିକା ଗସ୍ତରେ ଏପର୍ଯ୍ୟନ୍ତ ସଂଗ୍ରହ କରିଛନ୍ତି ୬୭୯ ରନ୍‌

କୋହଲିଙ୍କ ଆଉ ଏକ ବିରାଟ ରେକର୍ଡ: ପଛରେ ପଡ଼ିଲେ ଦ୍ରାବିଡ଼ ଓ ଆଝାରୁଦ୍ଦିନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଅନେକ ଅନୁଭୂତି ହାସଲ କରିଛନ୍ତି। ଦିନିକିଆ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ସେ ୭୫ ରନ୍‌ ସଂଗ୍ରହ କରିଛନ୍ତି। ଏହି ବିସ୍ଫୋରକ ଅର୍ଦ୍ଧଶତକ ବଳରେ କୋହଲି ଅଧିନାୟକ ହିସାବରେ ଅନେକ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି।

କୌଣସି ଏକ ବିଦେଶ ଗସ୍ତରେ ସର୍ବାଧିକ ରନ ସଂଗ୍ରହ କରିବାରେ ଭାରତୀୟ ଅଧିନାୟକଙ୍କ ତାଲିକାର ଶୀର୍ଷ ସ୍ଥାନ ଅଧିକାର କହିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ ବିରାଟଙ୍କ ବ୍ୟାଟ୍‌ରୁ ଏପର୍ଯ୍ୟନ୍ତ ୬୭୯ ରନ ଆସିଛି। ଏହା ପୂର୍ବରୁ ଏହି ରେକର୍ଡ ଦ୍ରାବିଡ଼ଙ୍କ ନାମରେ ଥିଲା। ଦ୍ରାବିଡ଼ ୨୦୦୬ରେ େଓ୍ଵଷ୍ଟଇଣ୍ଡିଜ ଗସ୍ତରେ ୬୪୫ ରନ୍‌ ସଂଗ୍ରହ କରିଥିଲେ।

publive-image

ଏକ ବିଦେଶ ଗସ୍ତରେ ସର୍ବାଧିକ ରନ ସଂଗ୍ରହକାରୀ ଭାରତୀୟ ଅଧିନାୟକ
୧)ବିରାଟ କୋହଲି: ୬୭୯ ରନ୍‌(ଦକ୍ଷିଣ ଆଫ୍ରିକା, ୨୦୧୭-୧୮)
୨)ରାହୁଲ ଦ୍ରାବିଡ଼: ୬୪୫ ରନ୍‌(େଓ୍ଵଷ୍ଟଇଣ୍ଡିଜ୍‌, ୨୦୦୬)
୩)ବିରାଟ କୋହଲି: ୫୭୩ ରନ୍‌(ଶ୍ରୀଲଙ୍କା, ୨୦୧୭)
୪)ମହମ୍ମଦ ଆଝାରୁଦ୍ଦିନ: ୫୪୪ ରନ୍‌(ଇଂଲଣ୍ଡ, ୧୯୯୦)
୨୦୧୭/୧୮ର ଦକ୍ଷିଣ ଆଫ୍ରିକା ଗସ୍ତରେ ବିରାଟ ଏପର୍ଯ୍ୟନ୍ତ ୩ଟି ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି। ଏହା ପରେ ଦିନିକିଆ ଶୃଙ୍ଖଳାରେ ଆହୁରି ୨ଟି ମ୍ୟାଚ୍‌ ଓ ଟି-୨୦ ଶୃଙ୍ଖଳା ଖେଳିବେ। ଏହା ପରେ ବିରାଟଙ୍କ ରେକର୍ଡ ଆହୁରି ଶକ୍ତିଶାଳୀ ହୋଇଯିବ।

publive-image

ଚଳିତ ଆଫ୍ରିକା ଗସ୍ତରେ ବିରାଟଙ୍କ ୧୦ଟି ପାଳି
-କେପ୍‌ଟାଉନ୍‌ ଟେଷ୍ଟ: ୫, ୨୮
-ସେଞ୍ଚୁରିଅନ୍‌ ଟେଷ୍ଟ: ୧୫୩, ୫
-ଜୋହାନେସବର୍ଗ ଟେଷ୍ଟ: ୫୪, ୪୧
-ପ୍ରଥମ ଦିନିକିଆ: ୧୧୨
-ଦ୍ୱିତୀୟ ଦିନିକିଆ: ୪୬
-ତୃତୀୟ ଦିନିକିଆ: ୧୬୦
-ଚତୁର୍ଥ ଦିନିକିଆ: ୭୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe