ଇନଷ୍ଟାଗ୍ରାମରେ କୋହଲିଙ୍କ ବିଜ୍ଞାପନ ମୂଲ୍ୟ ହେଉଛି ୩.୨ କୋଟି

Advertisment
ପଣ୍ଟିଂଙ୍କ ସମକକ୍ଷ ହେଲେ କୋହଲି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ରିକେଟ ବ୍ୟତୀତ ବିଜ୍ଞାପନ ଦୁନିଆଁରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ରଖି ପାରିଛନ୍ତି। ଫୋବର୍ସ ରିପୋର୍ଟ ଅନୁସାରେ ଭାରତୀୟ ଅଧିନାୟକଙ୍କ ବିଜ୍ଞାପନ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ହେଲେ ୫,୦୦,୦୦୦ ଡଲାର ଅର୍ଥାତ ୩.୨ କୋଟି ଟଙ୍କା ମିଳୁଛି। ଏହି ମାମଲାରେ ଫୁଟବଲର ରୋନାଲ୍ଡୋ ହେଉଛନ୍ତି କୋହଲିଙ୍କ ସମକକ୍ଷ। କମେଡିଆନ୍‌ କେଭିନ୍‌ ହର୍ଟଙ୍କ ଇନଷ୍ଟାଗ୍ରାମ ବିଜ୍ଞାପନରୁ ୧ମିଲିୟନ ଡଲାର ଅର୍ଥାତ ୬.୪କୋଟି ଟଙ୍କା କମ୍ପାନିକୁ ମିଳୁଛି।

୨୯ ବର୍ଷିଅ କୋହଲିଙ୍କୁ ବିଜ୍ଞାପନରେ ନେବା ପାଇଁ କମ୍ପାନିମାନେ ବଡ଼ ବଡ଼ ଅଫର ଦେଇଥାନ୍ତି। ଫେସ୍‌ବୁକରେ କୋହଲିଙ୍କର ୩୬ ମିଲିୟନ ଫ୍ୟାନ୍ସ ଥିବା ବେଳେ ଇନଷ୍ଟାଗ୍ରାମରେ ଏହି ସଂଖ୍ୟା ହେଉଛି ୧୫ ମିଲିୟନ। ସେହିଭଳି ଟୁଇଟରରେ ୨୦ମିଲିୟନ ଫ୍ୟାନ୍ସ ବିରାଟଙ୍କୁ ଫଲୋ କରନ୍ତି।

ଦିନିକିଆ ଶତକ ମାମଲାରେ କୋହଲି ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡକୁ ଅତିକ୍ରମ କରି ୨ୟ ସ୍ଥାନରେ ଅଛନ୍ତି। ତାଙ୍କ ଉପରକୁ ତାଲିକାରେ ରହିଛନ୍ତି ସଚିନ ତେନ୍ଦୁଲକର। ସେହିଭଳି ଦ୍ରୁତ ଗତିରେ ୯୦୦୦ ରନ୍‌ ପୂରା କରିବାରେ କୋହଲି ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ। ଟି-୨୦ କ୍ରିକେଟରେ ସେ ୨୦୦୦ ରନ୍‌ ପୂରା କରିବାକୁ ଯାଉଛନ୍ତି। ଆଶା କରାଯାଉଛି ୨୦୧୭ ପୂର୍ବରୁ ସେ ଏହାକୁ ପୂରା କରିନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe