ବିରାଟ କୋହଲିଙ୍କ ପାଇଁ ଛାଡ଼ି ଚାଲିଗଲା ପ୍ରେମିକା, ଭାଇରାଲ ହେଉଛି ପ୍ରଶଂସକଙ୍କ ଏଭଳି ପୋଷ୍ଟର

Advertisment
ବିରାଟ କୋହଲିଙ୍କ ପାଇଁ ଛାଡ଼ି ଚାଲିଗଲା ପ୍ରେମିକା, ଭାଇରାଲ ହେଉଛି ପ୍ରଶଂସକଙ୍କ ଏଭଳି ପୋଷ୍ଟର

ନୂଆଦିଲ୍ଲୀ: ବିରାଟଙ୍କ ପାଇଁ ମୋ ପ୍ରେମିକା‌ ମୋତେ ଛାଡ଼ି ଚାଲିଗଲା। ଆରସିବି ଓ କେକେଆର ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମରେ ବିରାଟଙ୍କୁ ସମର୍ଥନ କରିବାକୁ ଆସିଥିବା ଜଣେ ପ୍ରଶଂସକଙ୍କ ହାତରେ ଥିବା ଏଭଳି ପୋଷ୍ଟର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ବିଜୟର ଖାତା ଖୋଲିଛି। ଦୁଇଟି ମଧ୍ୟରୁ ଗୋଟିଏ ମ୍ୟାଚ୍ ଜିତିଛି ଆରସିବି। ବୁଧବାର ଖେଳାଯାଇଥିବା ମ୍ୟାଚରେ ଆରସିବି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କୁ ୩ ୱିକେଟରେ ପରାସ୍ତ କରିଛି।

କୋଲକାତା ବିପକ୍ଷ ଏହି ମ୍ୟାଚରେ ବିରାଟ କୋହଲି ଭଲ ପ୍ରଦର୍ଶନ କରିନଥିଲେ ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ଉତ୍ସାହିତ କରିବାରେ କୌଣସି ଉଣା କରିନଥିଲେ। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ଥିବା ପୋଷ୍ଟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପୋଷ୍ଟରରେ କୋହଲିଙ୍କ କାରଣରୁ ତାଙ୍କ ପ୍ରେମିକା ତାଙ୍କୁ ଛାଡି ଚାଲିଯାଇଥିବା  ଲେଖିଥିଲେ ଯୁବକ।

publive-image

ଯୁବକଜଣକ ଧରିଥିବା ପୋଷ୍ଟରରେ ଲେଖାଯାଇଥିଲା ଯେ, ମୋ ପ୍ରେମିକା ମୋତେ ଛାଡ଼ି ଚାଲିଗଲା, କାରଣ ମୁଁ ତାଙ୍କ ଅପେକ୍ଷା ବିରାଟଙ୍କୁ ଅଧିକ ସମୟ ଦେଉଥିଲି।

ତେବେ ଆଇପିଏଲ୍‌ର ବୁଧବାର ମ୍ୟାଚ୍‌ରେ ଅଳ୍ପ ରନ୍‌ ଓ ଅଧିକ ରୋମାଞ୍ଚ ଦେଖିବାକୁ ମିଳିଥିଲା। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଗତବର୍ଷର ଉପବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩ ୱିକେଟ୍‌ରେ ପରାସ୍ତ କରି ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଥିଲା। ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଥିବା କେକେଆର୍‌ ଦ୍ବିତୀୟ ମୁକାବିଲାରେ ହାରିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe